ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ସମସ୍ତଙ୍କ ନଜରରେ ପିପିଲି ଉପନିର୍ବାଚନ। ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ସବୁ ଦଳର ହେଭିୱେଟ୍ ନେତା। ଏହାରି ମଧ୍ୟରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଆଜି ଭର୍ଚୁଆଲ ଜରିଆରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଓ ଡେଲାଙ୍ଗର ୬ଟି ଜିଲ୍ଲା ପରିଷଦ ଜୋନବାସୀଙ୍କୁ ସମ୍ବୋଧନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “କଳାର ଭୂମି ହେଉଛି ପିପିଲି ଓ ଡେଲାଙ୍ଗ। ଏଠାକାର ପ୍ରସିଦ୍ଧ ଚାନ୍ଦୁଆ ଦେଶବିଦେଶରେ ଓଡ଼ିଶା ପାଇଁ ସୁନାମ ଆଣିଛି। ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି। ସବୁ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ପିପିଲି-ଡେଲାଙ୍ଗବାସୀଙ୍କ ପାଇଁ ଭଲ କାମ ହୋଇଛି । ଆଗକୁ ମଧ୍ୟ ଭଲ କାମ ହେବ। ପିପିଲି-ଡେଲାଙ୍ଗର ବିକାଶ କାର୍ଯ୍ୟ ମୁଁ ନିଜେ ବୁଝିବି।”

ଏଥିସହ ସେ ଆଉ ମଧ୍ୟ କହିଛନ୍ତି, “କରୋନା ପାଇଁ ମୁଁ ପିପିଲି ଯାଇପାରିଲିନାହିଁ। କରୋନା କମିବାପରେ ମୁଁ ନିଶ୍ଚୟ ସେଠାକୁ ଯିବି। ପିପିଲିର ବିକାଶ କାର୍ଯ୍ୟରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଅବଦାନ ଅତୁଳନୀୟ । ଏହାକୁ ଆଗକୁ ନେବା ପାଇଁ ସମସ୍ତେ ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ଭୋଟ ଦିଅନ୍ତୁ।”

ଭିଡିଓ କନଫରେନ୍ସିଂ ଜରିଆରେ ଏଭଳି କହି ବିଜେଡି ସୁପ୍ରିମୋ ଦଳୀୟ ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ଭୋଟ୍ ମାଗିଛନ୍ତି। ଏପ୍ରିଲ ୧୭ରେ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେବ। ମେ’ ୨ରେ ପ୍ରକାଶ ପାଇବ ଫଳାଫଳ। ଉପନିର୍ବାଚନକୁ ନେଇ ପିପିଲିରେ ଦେଖା ଦେଇଛି ରାଜନୈତିକ ଉଷ୍ମତା।

Comment