ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ସ୍ଥିତି ବେକାବୁ ହେଲାଣି। ଆଜି ରାଜ୍ୟରେ ୧୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୩୫ ଜଣ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କେସ୍‌ ୭୪୯ ରହିଛି।

ଆଜି ନୂଆପଡ଼ାରୁ ସର୍ବାଧିକ ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ସୁନ୍ଦରଗଡ଼ରୁ  ୨୪୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୦୧, ସମ୍ବଲପୁରରୁ  ୧୧୪, ବଲାଙ୍ଗିରରୁ ୯୧, ବରଗଡ଼ ୮୭, ଗଞ୍ଜାମ ୮୦, ବାଲେଶ୍ୱରରୁ ୭୨, କଳାହାଣ୍ଡି ୬୮, ନବରଙ୍ଗପୁରରୁ ୬୭, କଟକରୁ ୫୯, କେନ୍ଦୁଝରରୁ ୫୪, ପୁରୀରୁ ୫୩, ଷ୍ଟେଟପୁଲ ୪୬, ଯାଜପୁରରୁ ୩୩, ଭଦ୍ରକରୁ ୩୦, ମୟୂରଭଞ୍ଜରୁ ୨୭, ରାୟଗଡ଼ାରୁ ୨୫, ଅନୁଗୁଳରୁ ୨୦, କେନ୍ଦ୍ରପଡ଼ାରୁ ୧୮, ଗଜପତିରୁ ୧୬, ନୟାଗଡ଼ରୁ ୧୪, କନ୍ଧମାଳରୁ ୧୩, ଦେବଗଡ଼ରୁ ୧୨, ଝାରସୁଗୁଡ଼ା ୧୦,କୋରାପୁଟ ୧୦, ଜଗତସିଂହପୁରରୁ ୭,  ସୁବର୍ଣ୍ଣପୁରରୁ ୬, ବୌଦ୍ଧରୁ ୪, ଢେଙ୍କାନାଳରୁ ୨, ମାଲକାନଗିରିରୁ ୧ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ସୁଦ୍ଧା ୩ ଲକ୍ଷ ୫୩ ହଜାର ୮୬କୁ ବୃଦ୍ଧି ଘଟିଛି। ଏଥିରୁ ୩ ଲକ୍ଷ ୪୦ ହଜାର ୬୦୦ ସୁସ୍ଥ ହୋଇଥିଲା ଆକ୍ଟିଭ୍‌ କେସ୍‌ ୧୦ ହଜାର ୫୦୩ ରହିଛି।

Comment