ଓଡ଼ିଶାଲାଇଭ୍ ବ୍ୟୁରୋcorona test

ଦେଶରେ କରୋନା ସ୍ଥିତି କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ପ୍ରତିଦିନ ଚିହ୍ନଟ ହେଉଛନ୍ତି ଲକ୍ଷାଧିକ କରୋନା ପଜିଟିଭ୍। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ମୂତାବକ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୧ ହଜାର ୭୩୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୮୭୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧ କୋଟି ୨୨ ଲକ୍ଷ ୫୩ ହଜାର ୬୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସ୍ୱାସ୍ଥ୍ୟବିଭାଗର ସୂଚନା ମୂତାବକ, ୧୨ ଲକ୍ଷ ୬୪ ହଜାର ୬୯୮ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ଏଯାବତ୍ ଦେଶରେ ୧ ଲକ୍ଷ ୭୧ ହଜାର ୦୫୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୦ କୋଟି ୮୫ ଲକ୍ଷ ୩୩ ହଜାର ୦୮୫ ଜଣ ହିତାଧିକାରୀ ଟିକା ନେଇ ସାରିଲେଣି। ମହାରାଷ୍ଟ୍ରରେ କରୋନା ସ୍ଥିତି ବ୍ୟାପକ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ୫୧,୭୫୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ୨୫୮ ଜଣଙ୍କ ମୃତ୍ୟୁ ହୋଇଛି।

Comment