ଓଡ଼ିଶାଲାଇଭ୍‌ ବ୍ୟୁରୋvaccination

ରାଜ୍ୟରେ ଟିକା ଅଭାବରୁ ୧୧ଟି ଜିଲ୍ଲାରେ କୋଭିଡ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି ୧୧ ଜିଲ୍ଲା ହେଲା ଯାଜପୁର, ଭଦ୍ରକ, ପୁରୀ, ନୟାଗଡ଼, ସୋନପୁର, ଗଜପତି, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ ଓ କୋରାପୁଟ। ଟିକା ଅଭାବରୁ ରାଜ୍ୟରେ ଏବେ ମାତ୍ର ୫୦୦ ଟି କେନ୍ଦ୍ରରେ ଟିକାକରଣ ଚାଲିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏବେ ରାଜ୍ୟରେ ୩ ଲକ୍ଷ ୬୧ ହଜାର ଟିକା ମହଜୁଦ ଅଛି। ଆଜି କେନ୍ଦ୍ରରୁ ଆଉ ୨ ଲକ୍ଷ କୋଭିସିଲ୍ଡ ଟିକା ଆସିବାର ଅଛି ବୋଲି ସେ କହିଛନ୍ତି।

ଟିକାର ଅଭାବ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଟିକା ଯୋଗାଣରେ ଅନିୟମିତତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ରାଜ୍ୟର ନିକଟରେ ଦୈନିକ ୩ ଲକ୍ଷ ଟିକା ଦେବାର କ୍ଷମତା ରହିଥିଲେ ହେଁ, ଏବେ ଏହି ସଂଖ୍ୟା ୧ ଲକ୍ଷକୁ ଖସି ଆସିଛି। ଏହା ପୂର୍ବରୁ ଗତ ୭ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟିକା ବାବଦରେ ଚିଠି ଲେଖିଥିଲେ।

ଗୋଟିଏ ପଟେ ଟିକା ଅଭାବ ଥିଲାବେଳେ ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ମଧ୍ୟ ବ୍ୟାପିବାରେ ଲାଗିଛି। ଦିନକରେ ରାଜ୍ୟରେ ଏବେ ୧ ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏପରିସ୍ଥଳରେ ଟିକା ଅଭାବ ସରକାରଙ୍କୁ ଚିନ୍ତାରେ ପକାଇଛି।

LEAVE A REPLY

Please enter your comment!
Please enter your name here