ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ଥଗିତ ରହିଲା ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା। କରୋନା ସଂକ୍ରମଣ ବୃଦ୍ଧିକୁ ନଜର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପରୀକ୍ଷା ସ୍ଥଗିତ ନେଇ ବଡ଼ ଘୋଷଣା କରିଛନ୍ତି। କରୋନା ସ୍ଥିତିରେ ସୁଧାର ଆସିଲେ ପରୀକ୍ଷା ନେଇ ପୁଣି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସେହିପରି ନବମ ଓ ଏକାଦଶ ପିଲମାନଙ୍କୁ ବିନା ପରୀକ୍ଷାରେ ପାସ୍‌ କରାଇବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ୧୯ ତାରିଖରୁ ଦଶମ ଓ ଦ୍ୱାଦଶ କ୍ଲାସ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହସହିତ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଓ ହଷ୍ଟେଲ ମଧ୍ୟ ୧୯ରୁ ବନ୍ଦ ରହିବ।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୩ରୁ ୧୫ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ, ମେ’ ୧୮ରୁ ଜୁନ୍ ୧୨ଯାଏଁ ଚାଲିବ ଦ୍ୱାଦଶ ପରୀକ୍ଷା ହେବାର ଥିଲା।

ବୁଧବାର ସିବିଏସଇ ଦଶମ ବୋର୍ଡ ପରୀକ୍ଷାକୁ ବାତିଲ୍ କରାଯାଇଥିଲା ବେଳେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।

କରୋନା ମହମାରୀ ଯୋଗୁଁ ପ୍ରାୟ ୯ ମାସ ସ୍କୁଲ ବନ୍ଦ ରହିବା ପରେ ରାଜ୍ୟ ସରକାର ଜାନୁଆରି ୮ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ।

Comment