ଓଡ଼ିଶାଲାଇଭ୍‌ ବ୍ୟୁରୋojee exam

ଦିନକୁ ଦିନ ଦେଶରେ କରୋନା ସ୍ଥିତି ସାଂଘାତିକ ହେଉଛି। ଏହାକୁ ଦୃଷ୍ଟିରେ ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଟୁଇଟ କରି ସୂଚନା ଦେଇଛନ୍ତି।

ୟୁଜିସି ନେଟ୍ ପରୀକ୍ଷା ଚଳିତ ବର୍ଷ ମେ’ ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବା ପାଇଁ ସ୍ଥିର ହୋଇଥିଲା। ଦେଶରେ ଏବେ କରୋନା ସ୍ଥିତି ଭୟଙ୍କର ରହିଛି। ଦିନକୁ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ କେନ୍ଦ୍ର ସରକାର ବିଭିନ୍ନ ପରୀକ୍ଷାକୁ ବାତିଲ ଓ ସ୍ଥଗିତ ରଖିଛନ୍ତି।

ଏହି କ୍ରମରେ ୟୁଜିସି ନେଟ୍‌ ପରୀକ୍ଷାକୁ ବି ସ୍ଥଗିତ ରଖାଯାଇଛି।

]

 

 

କୋଭିଡ ସ୍ଥିତିରେ ସୁଧାର ପରୀକ୍ଷା ନେଇ ପୁନର୍ବିଚାର କରାଯିବ ବୋଲି କୁହଯାଇଛି। ପରୀକ୍ଷା ସମ୍ବନ୍ଧରେ ଅଧିକ ଜାଣିବାକୁ ଚାହୁଁଥିଲେ ugcnet.nta.nic.in କୁ ଯାଇପାରିବେ।

ମଙ୍ଗଳବାର ଜେଇ ମେନ୍‌ ପରୀକ୍ଷାକୁ ମଧ୍ୟ ସରକାର ସ୍ଥଗିତ ରଖିଛନ୍ତି।

Comment