ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ କରୋନା ଭୂତାଣୁ ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ, ଯାହା ଫଳରେ ଫୁସ୍‌ଫୁସ୍‌ରେ କଫ ଭରିଯାଏ। ଫଳରେ ପ୍ରଶ୍ଵାସ ନେବାରେ ଅସୁବିଧା ଉପୁଜିଥାଏ। ତେଣୁ କୋଭିଡ୍‌ ସଂକ୍ରମିତମାନେ ଜାଣିବା ଦରକାର କି ବ୍ରିଦିଙ୍ଗ ଏକ୍ସରସାଇଜ୍‌ ସାହାଯ୍ୟରେ କଫ କାଢ଼ି ପାରିବେ। ଏହାଦ୍ୱାରା ଆପଣ ସହଜରେ ନିଶ୍ୱାସ ପ୍ରଶ୍ୱାସ ନେଇପାରିବେ। ଆସନ୍ତୁ ଜାଣିବା କେମିତି କରିବେ ବ୍ରିଦିଙ୍ଗ ଏକ୍ସରସାଇଜ୍‌?

ଫୁସ୍‌ଫୁସ୍‌ରୁ କଫ କାଢ଼ିବା ପାଇଁ ବ୍ରିଦିଙ୍ଗ୍‌ ପଦ୍ଧତି

ଷ୍ଟେପ୍‌ ୧- ନାକ ବାଟେ ପ୍ରଶ୍ଵାସ ନିଅନ୍ତୁ ଓ ଧୀରେ ଧୀରେ ପାଟି ବାଟରେ ନିଃଶ୍ଵାସ ଛାଡ଼ନ୍ତୁ।

ଷ୍ଟେପ୍‌ ୨ – ଦୀର୍ଘ ନିଶ୍ଵାସ ନିଅନ୍ତୁ

ହାତକୁ ଛାତି ଉପରେ ରଖନ୍ତୁ। ନାକ ବାଟେ ଦୀର୍ଘ ପ୍ରଶ୍ୱାସ ନିଅନ୍ତୁ ଏବଂ ବାୟୁକୁ ଛାତିରେ ରଖି ଧୀରେ ଧୀରେ ପାଟି ବାଟେ ନିଃଶ୍ୱାସ ଛାଡ଼ନ୍ତୁ।

ଷ୍ଟେପ୍‌ ୩- ‘ଉହ୍‌’ ଶବ୍ଦ କରନ୍ତୁ

ପାଟିରେ ‘ଉହ୍‌’ ଶବ୍ଦ କରନ୍ତୁ।

ଏହି ୩ଟି ଷ୍ଟେପ୍‌କୁ ୧୦ରୁ ୧୫ ମିନିଟ୍‌ କରନ୍ତୁ। ଦରକାର ପଡ଼ିଲେ ମଝିରେ ମଝିରେ ବିରାମ ନେଇପାରିବେ।

ଇନ୍‌ସେନ୍‌ଟିଭ୍‌ ସ୍ପାଇରୋମେଟ୍ରି

ଇନ୍‌ସେନ୍‌ଟିଭ୍‌ ସ୍ପାଇରୋମେଟ୍ରି ସାହାଯ୍ୟରେ ଜଣେ ବ୍ୟକ୍ତି ଦୀର୍ଘ ନିଶ୍ୱାସ ନେଇପାରିବେ, ଯାହା ନିଶ୍ୱାସ ମାର୍ଗ ଖୋଲିବାରେ ସାହାଯ୍ୟ କରିବ ଏବଂ ଫୁସ୍‌ଫୁସ୍‌ରେ କଫ ହେବାକୁ ରୋକିବାରେ ମଧ୍ୟ ସହାୟକ ହେବ ଏବଂ ନିଶ୍ଵାସ ପ୍ରଶ୍ୱାସ ନେବାରେ ମଧ୍ୟ ସହଜ ହୋଇପାରିବ।

କେମିତି କରିବେ?

ଗୋଟେ ସ୍ଥାନରେ ବସନ୍ତୁ। ସ୍ପାଇରୋମେଟ୍ରିକୁ ଆଖି ସାମ୍ନାରେ ରଖନ୍ତୁ।

ମାଉଥ୍‌ ପିସ୍‌କୁ ପାଟିରେ ଭର୍ତ୍ତି କରନ୍ତୁ।

ବର୍ତ୍ତମାନ ପାଟି ବାଟେ ପ୍ରଶ୍ଵାସ ନେବାକୁ ଚେଷ୍ଟା କରନ୍ତୁ। ବାୟୁକୁ ଛାତିରେ ତିନି ସେକେଣ୍ଡ ପାଇଁ ଧରି ରଖନ୍ତୁ।

ଧୀରେ ଧୀରେ ନିଶ୍ୱାସକୁ ପାଟି ବାଟେ ଛାଡ଼ନ୍ତୁ।

ପ୍ରତି ଦୁଇରୁ ତିନି ଘଣ୍ଟାରେ ଅତିକମ୍‌ରେ ୧୫ ଥର ପାଇଁ କରନ୍ତୁ।

ଏହି ଏକ୍ସରସାଇଜ୍‌କୁ ଅଧିକ କରିବା ପାଇଁ ଫିଜିଓଥେରାପିଷ୍ଟଙ୍କ ସହ ପରାମର୍ଶ କରନ୍ତୁ।

ନିଜ କ୍ଷମତାକୁ ପରୀକ୍ଷା କରନ୍ତୁ

ଶ୍ୱାସକ୍ରିୟାକୁ ଧରି ରଖିବାର କ୍ଷମତା

ଗୋଟେ ନିଶ୍ଵାସରେ ୧ରୁ ୫୦ ଯାଏଁ ବଡ଼ ପାଟିରେ ଗଣନ୍ତୁ। ଏହି ସମୟରେ ନିଶ୍ୱାସକୁ ଧରି ରଖିବା ପାଇଁ ଚେଷ୍ଟା କରନ୍ତୁ।

ଗୀତ ଗାଇବା ଏବଂ ବଡ଼ ପାଟିରେ ପଢ଼ିବା ଏକ ପ୍ରକାର ଉତ୍ତମ ବ୍ରିଦିଙ୍ଗ ଏକ୍ସରସାଇଜ୍‌।

୬ ମିନିଟ୍‌ରେ ୩୦୦ରୁ ୪୦୦ ମିଟର ଚାଲନ୍ତୁ।

ସୌଜନ୍ୟ : ସ୍ୱାସ୍ଥ୍ୟପ୍ଲସ

Comment