ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ଦ୍ୱିତୀୟ ଲହରକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ଲହରରେ ଛୋଟପିଲା ଏବଂ ଯୁବପିଢ଼ି ଅଧିକ ପ୍ରଭାବିତ ହେଉଛନ୍ତି। ଏଥିସହ ବିଭିନ୍ନ ପ୍ରକାରର ନୂଆ ଷ୍ଟ୍ରେନ ମଧ୍ୟ ଚିହ୍ନଟ ହେଉଛି। ଦ୍ରୁତ କରୋନା ସଂକ୍ରମଣ ରୋକିବାର ଏକମାତ୍ର ମାଧ୍ୟମ ହେଉଛି ସଠିକ୍ ଭାବରେ ମାସ୍କ ପରିଧାନ କରିବା। ବାହାରକୁ ବାହାରିବା ସମୟରେ ସମସ୍ତେ ମୁହଁରେ ଡବଲ ମାସ୍କ ପିନ୍ଧିବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଉଛନ୍ତି।ତେବେ ଏହି ଡବଲ ମାସ୍କ ପରିଧାନକୁ ନେଇ ଅନେକଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି।

ସେ କହିଛନ୍ତି, “ଶ୍ୱାସଗତ ସମସ୍ୟା କାରଣରୁ ସମସ୍ତେ ଟ୍ରିପଲ ଲେୟାର ମାସ୍କ ପିନ୍ଧି ପାରିନଥାନ୍ତି। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଭୟାବହତା ଦୃଷ୍ଟିରୁ ସମସ୍ତେ ଡବଲ ଲେୟାର ମାସ୍କ ପିନ୍ଧିବା ଜରୁରୀ। ଟ୍ରିପଲ ଲେୟାର ମାସ୍କ ଭଳି ଡବଲ ଲେୟାର ମାସ୍କ ମଧ୍ୟ ସୁରକ୍ଷା ଦେବ। ଯେଉଁମାନେ ଏନ-୯୫ ମାସ୍କ ବ୍ୟବହାର କରୁଛନ୍ତି, ସେମାନେ ଡବଲ ଲେୟାର ମାସ୍କ ପିନ୍ଧିବା କୌଣସି ଆବଶ୍ୟକତା ନାହିଁ । ଡବଲ ଲେୟାର ମାସ୍କ ବ୍ୟବହାର କରିବାକୁ ଚାହୁଁଥିଲେ, ପ୍ରଥମେ ଗୋଟିଏ ସର୍ଜିକାଲ ମାସ୍କ ଲଗାନ୍ତୁ, ତା’ ଉପରେ ଆଉ ଗୋଟେ କଟନ୍ ମାସ୍କ ପିନ୍ଧନ୍ତୁ।”

Comment