ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଇନ୍‌ସାଇଡ୍ ଆଉଟ୍ ଉଇଥ୍ ନୀଳାମ୍ଵର’ ଭିଡିଓ କାର୍ଯ୍ୟକ୍ରମରେ ଭେଟନ୍ତୁ ଓଡ଼ିଶାର ଜଣାଶୁଣା ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ାଙ୍କୁ ଏବଂ ପାଆନ୍ତୁ କୋଭିଡ୍‌ ସଂକ୍ରମଣ, ଲକ୍ଷଣ, ଟେଷ୍ଟିଂ, ଚିକିତ୍ସା ଓ ସତର୍କତା ସମ୍ପର୍କରେ ବିସ୍ତୃତ ସୂଚନା।

  • କରୋନା ଦ୍ଵିତୀୟ ଲହରୀରେ କାହିଁକି ବ୍ୟାପୁଛି ସଂକ୍ରମଣ?
  • ଆପଣ କରୋନା ସଂକ୍ରମିତ କି, ଜାଣିବେ କେମିତି?
  • କେତେବେଳେ କୋଭିଡ୍ ଟେଷ୍ଟିଂ ପାଇଁ ଯିବା ଦରକାର?
  • କୋଭିଡ୍ ପଜିଟିଭ୍ ଥିଲେ କ’ଣ କରିବେ?
  • ହୋମ୍ ଆଇସୋଲେସନ ବେଳେ କେମିତି ନିଜର ସ୍ଵାସ୍ଥ୍ୟ ପରିଚାଳନା କରିବେ?
  • ରକ୍ତରେ ଅକ୍ସିଜେନ୍ ସ୍ତରର ଗୁରୁତ୍ଵ କ’ଣ? ଶରୀରରେ ଅକ୍ସିଜେନ୍ କମୁଛି ବୋଲି ଜାଣିବେ କେମିତି?
  • କରୋନା ନେଗେଟିଭ୍ ରିପୋର୍ଟ ଥାଇ ଶରୀରରେ କିଛି ଲକ୍ଷଣ ଥିଲେ କ’ଣ କରିବା ଉଚିତ୍?
  • ଟିକା ନେଲେ କୋଭିଡ୍‌ଠାରୁ ଆମକୁ ସୁରକ୍ଷା ମିଳିବ କି ନାହିଁ?
  • ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଏବଂ ଆର୍‌ଟିପିସିଆର୍ ଟେଷ୍ଟର ଆକ୍ୟୁରେସି କେତେ? ରିପୋର୍ଟ ନେଗେଟିଭ୍ ମାନେ କ’ଣ ଜଣେ କରୋନା ସଂକ୍ରମିତ ନୁହେଁ କି?
  • ଆମ ରାଜ୍ୟ ଓ ଦେଶରେ ଯେଉଁ ବେଗରେ କୋଭିଡ୍ ସଂକ୍ରମଣ ବ୍ୟାପିବାରେ ଲାଗିଛି ସେଥିରୁ ବଞ୍ଚିବା କେମିତି?
  • ମାସ୍କ ପିନ୍ଧିଲେ କରୋନା ସଂକ୍ରମଣ କେତେ ମାତ୍ରାରେ ସମ୍ଭବ?
  • କୋଭିଡ୍ ଦ୍ଵିତୀୟ ଲହରୀରେ ପ୍ରଥମ ଲହରୀଠାରୁ ଲକ୍ଷଣ କିପରି ଅଲଗା? କେମିତି ଲକ୍ଷଣରୁ ଜାଣିବା ଯେ ଜଣଙ୍କ ଭିତରେ କୋଭିଡ୍ ସଂକ୍ରମଣ ବଢୁଛି?
  • ଦ୍ଵିତୀୟ ଓ ତୃତୀୟ ଷ୍ଟ୍ରେନ୍ କ’ଣ ଓ ଏହା କେତେ ମାରାତ୍ମକ?

ଏହିସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଛନ୍ତି ଓଡ଼ିଶାଲାଇଭ୍‌ର ମୁଖ୍ୟ ସଂପାଦକ ନୀଳାମ୍ଵର ରଥ। ନୂତନ ଭାବେ ଆରମ୍ଭ ହୋଇଥିବା ‘ଇନ୍‌ସାଇଡ୍ ଆଉଟ୍ ଉଇଥ୍ ନୀଳାମ୍ଵର’ରେ ଭେଟନ୍ତୁ ଓଡ଼ିଶାର ଜଣାଶୁଣା ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ାଙ୍କୁ। କୋଭିଡ୍‌ ସଂକ୍ରମଣ, ଲକ୍ଷଣ, ଟେଷ୍ଟିଂ, ଚିକିତ୍ସା ଓ ସତର୍କତା ସମ୍ପର୍କରେ ଦେଖନ୍ତୁ ଏକ ବିସ୍ତୃତ ଆଲୋଚନା।

ଘରୁ ବାହାରିବେ ମାତ୍ରେ ସବୁବେଳେ ମାସ୍କ ପିନ୍ଧନ୍ତୁ। ସାବୁନ କିମ୍ଵା ସାନିଟାଇଜରରେ ବାରମ୍ବାର ହାତ ଧୁଅନ୍ତୁ। ଅନ୍ୟଠାରୁ ୨ ମିଟର ବା ୬ ଫୁଟ ଦୂରତା ରକ୍ଷା କରନ୍ତୁ। ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ। ସତର୍କ ରହନ୍ତୁ, ସୁରକ୍ଷିତ ରହନ୍ତୁ।

Comment