ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ଥିବା ମର୍ଯ୍ୟାଦାଜନକ ମଧୁସୂଦନ ଆଇନ ମହାବିଦ୍ୟାଳୟ ଏବେ ଏକ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ତମ ଜନ୍ମ ଜୟନ୍ତୀରେ ଏହି ସ୍ୱପ୍ନ ସାକାର ହୋଇଛି। ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର କମଲଜିତ ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଗାମୀ ୪ ବର୍ଷ ପାଇଁ ସେ ଏହି ଦାୟିତ୍ୱରେ ରହିବେ।

ଓଡ଼ିଶା ସରକାରଙ୍କ ପକ୍ଷରୁ ମଧୁସୂଦନ ଲ’ କଲେଜକୁ ଅପଗ୍ରେଡ କରାଯିବା ପରେ ନୂଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଛି। ପ୍ରଫେସର ସୁକାନ୍ତ ନନ୍ଦଙ୍କୁ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ସେ କଲେଜର ଅଧ୍ୟକ୍ଷ ଦାୟିତ୍ଵରେ ଥିଲେ।

ଏହି ନୂଆ ଅନୁଷ୍ଠାନକୁ ଅନୁବନ୍ଧନ କ୍ଷମତା ବି ଦିଆଯାଇଛି ଯାହା ଫଳରେ କି ରାଜ୍ୟର ସମସ୍ତ ଆଇନ ମହାବିଦ୍ୟାଳୟ ଉପରେ ଏହାର କର୍ତ୍ତୃତ୍ୱ ରହିବ। ଅନ୍ୟ ବିଶ୍ୱବିଦ୍ୟାଳୟର ଲ’ କଲେଜଗୁଡ଼ିକ କିନ୍ତୁ ଏଥିରୁ ବାଦ ପଡ଼ିବେ।

ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦେବାକୁ ଦୀର୍ଘ ଦିନ ଧରି ଦାବି ଜୋର୍ ଧରିଥିଲା। ଏହା ରାଜ୍ୟର ଏକ ପୂରାତନ ଆଇନ କଲେଜ ହୋଇଥିବାରୁ ସରକାର ଏହାକୁ ପ୍ରାଧାନ୍ୟ ଦେଇ ବିଶ୍ଵବିଦ୍ୟାଳୟରେ ପରିଣତ କରିବାକୁ ପୁରାତନ ଛାତ୍ରଙ୍କ ପକ୍ଷରୁ ବାରମ୍ଵାର ଦାବି କରାଯାଇଥିଲା।

Comment