ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ୍ ଗଣତି ଜାରି ରହିଛି। କେରଳ ବିଧାନସଭା ନିର୍ବାଚନ ପାଇଁ ୬ ଏପ୍ରିଲରେ ମତଦାନ ଶେଷ ହୋଇଥିବା ବେଳେ ଆଜି ଭୋଟ୍ ଗଣନା ଚାଲିଛି। ଦିନ ୧୨.୪୦ ସୁଦ୍ଧା ବାମଦଳ ନେତୃତ୍ୱାଧୀନ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ(ଏଲ୍‌ଡିଏଫ୍‌) ୯୨ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ୍ ଫ୍ରଣ୍ଚ (ୟୁଡିଏଫ୍‌) ୪୫ଟି ଆସନରେ ଲିଡ୍‌ କରୁଛି। ଅନ୍ୟପକ୍ଷରେ ବିଜେପି ମାତ୍ର ୩ଟି ଆସନରେ ଆଗୁଆ ରହିଛି।

୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ନିର୍ବାଚନର ଫଳାଫଳ ସେଠାକାର ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବ। ସେଠାରେ ବିଧାନସଭା ନିର୍ବାଚନ ସହିତ ମଲାପୁରମ୍ ଲୋକସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ୍ ଗଣନା ମଧ୍ୟ ଆରମ୍ଭ ହୋଇଛି। ଏଯାବତ୍ ଭୋଟ୍ ଗଣନା ଅନୁସାରେ କେରଳରେ ପୁଣିଥରେ ବାମଦଳ ଶାସନ କ୍ଷମତାକୁ ଫେରିବ ବୋଲି ଅନୁମାନ କରାଯାଉଛି।

Comment