ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ନନ୍ଦିଗ୍ରାମର ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା। ଶେଷରେ ପ୍ରତିକ୍ଷାର ଅନ୍ତ ହୋଇଛି। ନନ୍ଦିଗ୍ରାମରେ ଟିଏମସି ପକ୍ଷରୁ ପ୍ରାର୍ଥୀ ହୋଇଥିବା ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ଶୁଭେନ୍ଦୁଙ୍କ ଠାରୁ ୧୯୫୩ ଭୋଟରେ ପରାସ୍ତ ହୋଇଛନ୍ତି।

କିଛି ସମୟ ପୂର୍ବରୁ ମମତା ବାନାର୍ଜୀ ୧୨୦୦ଭୋଟରେ ବିଜୟୀ ହୋଇଥିଲେ ବୋଲି ସୂଚନା ରହିଥିଲା । କିନ୍ତୁ ତାହା ଏବେ ଭୁଲ ପ୍ରମାଣିତ ହୋଇଛି। ପଶ୍ଚିମବଙ୍ଗରେ ଟିଏମସି ସଂଖ୍ୟା ଗରିଷ୍ଠତା ହାସଲ କରିଥିବାବେଳେ, ନନ୍ଦିଗ୍ରାମରୁ ମମତା ହାରିଯାଇଛନ୍ତି।

ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଟିଏମସି ସହ ରହିଥିଲେ। ଗତବର୍ଷ ଡିସେମ୍ବର ମାସରେ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ବିଜେପିରେ ମିଶିବା ପରେ ସେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ପ୍ରଚାର ସମୟରେ ସେ କହିଥିଲେ, ୫୦ ହଜାର ଭୋଟ ବ୍ୟବଧାନରେ ମୁଁ ଦିଦିଙ୍କୁ ହରାଇବି। ଯଦି ନ ହରାଇପାରିଲି, ତେବେ ମୁଁ ରାଜନୀତି ଛାଡ଼ିଦେବି। ଶୁଭେନ୍ଦୁଙ୍କର ଏହି କଥା ସତ ହୋଇଛି ଏବଂ ସେ ଦିଦିକୁ ୫୦ ହଜାର ଭୋଟ ପରିବର୍ତ୍ତେ ୧୯୫୩ ଭୋଟରେ ହରାଇଛନ୍ତି।

Comment