ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବାକୁ ଆଜିଠୁ ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଆସନ୍ତା ମେ’୧୫ ଯାଏଁ ଏହି ଲକ୍‌ଡାଉନ୍‌ ବଳବତ୍ତର ରହିବ। ଏହି ୧୪ ଦିନିଆ ଲକ୍‌ଡାଉନ୍‌ ଭିତରେ ଜରୁରୀ ସେବା, ଜରୁରୀ କାମ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ମାଲ୍‌ ପରିବହନ ଚାଲୁ ରହିବ।

କ’ଣ ଖୋଲା?

ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଆଣି ବିବାହ କାର୍ଯ୍ୟ ଆୟୋଜନ ହୋଇପାରିବ। ବିବାହରେ ସର୍ବାଧିକ ୫୦, ଜଣ ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି ମିଳିବ।

ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ, ରାସନ, ଗ୍ରୋସରୀ, ଫଳ ଦୋକାନ ସକାଳ ୬ରୁ ୧୨ଟା ଯାଏଁ ଖୋଲା ରହିବ। ରେସ୍ତୋରାଁ, ଢାବାକୁ ଖାଦ୍ୟ ପାର୍ସଲ ଦେବାକୁ ଅନୁମତି ମିଳିବ।

ଫ୍ଲିପ୍‌କାର୍ଟ, ଆମାଜନ, ଜମାଟୋ ଆଦିର ଡେଲିଭରି ବୟଙ୍କୁ ମଧ୍ୟ ଅନୁମତି ମିଳିବ। ଛାପା, ବୈଦ୍ୟୁତିକ, ଗଣମାଧ୍ୟମ, ଓ୍ୱେବ ମିଡିଆକୁ ଅନୁମତି ମିଳିବ। ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ଗ୍ୟାରେଜ, ଜଳ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ୍, ବିଜୁଳି ଯୋଗାଣ ସେବାକୁ ଅନୁମତି ମିଳିବ।

ନିର୍ବାଚନ ସମ୍ପର୍କିତ କାର୍ଯ୍ୟକୁ ଅନୁମତି ମିଳିବ। ସେହିପରି ଟିକାକରଣ ଓ ଟେଷ୍ଟିଂ ମଧ୍ୟ ଜାରି ରହିବ।କ’ଣ ବନ୍ଦ?

ଲକଡାଉନ ସମୟରେ ବସ୍‌, ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ, ସିନେମା ହଲ୍‌, ମଲ୍‌, ସେଲୁନ, ପାର୍ଲର, ସ୍ପା, ମାର୍କେଟ କମ୍ଲେକ୍ସ, ଜିମ୍‌, ଯାତ୍ରା, ଅପେରା, ଖୋଲାମଞ୍ଚ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିପରି ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ ମଧ୍ୟ ବନ୍ଦ ହେବ।

ଶନିବାର ଓ ରବିବାର ଦିନ ପୂର୍ବ ଭଳି ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ବଳବତ୍ତର ରହିବ।

Comment