ଓଡ଼ିଶାଲାଇଭ୍‌ ବ୍ୟୁରୋvaccination

ଆଜିଠୁ ଓଡ଼ିଶାରେ ଲାଗୁ ହୋଇଛି ଲକ୍‌ଡାଉନ୍‌। ମେ’ ୫ ତାରିଖରୁ ୧୯ ତାରିଖ ଯାଏଁ ଏହି କଟକଣା ଲାଗୁ ରହିବ। ତେବେ ଲକଡାଉନ୍‌ ବେଳେ ରାଜ୍ୟରେ ଟିକାକରଣ ଓ ଟେଷ୍ଟିଂ ଅଟକିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଟିକା ପାଇଁ ସ୍ଲଟ ପାଇଥିବା ବ୍ୟକ୍ତି କୋଭିଡ ଗାଇଡଲାଇନ୍‌ ମାନି ନିଜର ଟ୍ୟାକ୍ସି, ଅଟୋରେ ଟିକା କେନ୍ଦ୍ରକୁ ଯାଇପାରିବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ଲକଡାଉନ୍‌ ସମୟରେ ଟେଷ୍ଟିଂ ମଧ୍ୟ ଜାରି ରହିବ। କୋଭିଡ ପରୀକ୍ଷା କରିବାକୁ ଚାହୁଁଥିବା ବ୍ୟକ୍ତି କୋଭିଡ ନିୟମ ଅନୁସାରେ ସେମାନଙ୍କ ଗାଡିରେ ସରକାରୀ, ବେସରକାରୀ କୋଭିଡ ୧୯ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ।

ତେବେ ରାଜ୍ୟରେ ଲକ୍‌ଡାଉନ୍‌ ସମୟରେ ରବିବାର ବାଦ୍‌ ସପ୍ତାହର ସବୁ ଦିନ ଟିକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ ବୋଲି କୁହାଯାଇଛି। ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେଉଥିବାରୁ ଲକ୍‌ଡାଉନ ସମୟରେ ଟିକାକରଣ ଓ ଟେଷ୍ଟିଂ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

Comment