ଓଡ଼ିଶାଲାଇଭ୍ ବ୍ୟୁରୋ

ଘରକୁ ଯାଇ ଟିକା ଦେବା ସମ୍ପର୍କିତ ଏକ ମାମଲାର ଶୁଣାଣି ମେ’୧୨ ହାଇକୋର୍ଟରେ ହେବ। ବରିଷ୍ଠ ନାଗରିକ ଓ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି, ସେମାନଙ୍କ ଘରକୁ ଯାଇ ଟିକା ଦିଆଯିବା ଉଦ୍ଦେଶ୍ୟରେ କଟକର ସୋହନ ମିଶ୍ର ନାମକ ଜଣେ ବ୍ୟକ୍ତି ଓ ଆଉ କିଛି ସଦସ୍ୟଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି।

ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ଓ ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରିବେ। ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ପିକେ ପାଢ଼ୀ ଏହି ମାମଲାର ପ୍ରାଥମିକ ଶୁଣାଣି ବେଳେ କହିଥିଲେ, ଏ ବାବଦରେ ସେ ସରକାରଙ୍କ ଠାରୁ ଅଧିକ ବିବରଣୀ ଆଣିବେ। କରୋନା କାଳରେ ବୃଦ୍ଧ ଓ ରୋଗୀମାନଙ୍କ ଘରକୁ ଯାଇ ଟିକା ଦେବା ସମ୍ଭବ କି ନାହିଁ, ସେ ସମ୍ପର୍କରେ କେନ୍ଦ୍ରସରକାରଙ୍କ କ’ଣ ମତ ରହିଛି, ତାହା କୋର୍ଟରେ ଉପସ୍ଥାପନ କରିବେ କହିଛନ୍ତି ପିକେ ପାଢ଼ୀ।

Comment