ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢୀ): କ୍ରାୟୋଜେନିକ୍ ଅମ୍ଳଜାନ ଟ୍ୟାଙ୍କର ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଧରି ବିଶାଖାପାଟଣାରେ ପହଞ୍ଚିଲା ଭାରତୀୟ ନୌସେନାର ଜାହାଜ ଆଇଏନଏସ ଏୟାରଭାଟ୍ । ଦେଶରେ କୋଭିଡ୍ ବିରୋଧରେ ଚାଲିଥିବା ସଂଗ୍ରାମକୁ ସମର୍ଥନ କରିବା ସହ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଆଣିବା ପାଇଁ ବିଶାଖାପାଟଣା ସ୍ଥିତ ଭାରତୀୟ ନୌସେନାର ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ ଆରମ୍ଭ ହୋଇଥିଲା ‘ସମୁଦ୍ର ସେତୁ-୨’ । ଅନ୍ୟପକ୍ଷରେ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ସମଗ୍ର ଆନ୍ଧ୍ରପ୍ରଦେଶର ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକୁ ଅମ୍ଳଜାନ ଯୋଗାଇବା ଦାୟିତ୍ଵ ମଧ୍ୟ ନେଇଛି ।

ସୋମବାର ଆଇଏନଏସ ଏୟାରଭାଟ୍ ସିଙ୍ଗାପୁରରୁ ୩୮୯୮ ଅମ୍ଳଜାନ ସିଲିଣ୍ଡର, ୮ଟି କ୍ରାୟୋଜେନିକ୍ ଟ୍ୟାଙ୍କର ଏବଂ ହସ୍ପିଟାଲର ଜରୁରୀ ସାମଗ୍ରୀ ଧରି ବିଶାଖାପାଟଣାରେ ପହଞ୍ଚିଛି। ଜାହାଜଟି ମେ’ ୫ରୁ ସିଙ୍ଗାପୁର ଛାଡି ବିଶାଖାପାଟଣା ଅଭିମୂଖେ ବାହାରିଥିଲା। ଆସିବା ସମୟରେ ଭାରତର ଉଚ୍ଚ ଆୟୋଗ ସହ ସମନ୍ୱୟ ରକ୍ଷା କରି ବିଭିନ୍ନ ଏଜେନ୍ସି ମାଧ୍ୟମରେ ବିଶାଖାପାଟଣା ପହଞ୍ଚିଛି।

‘ସମୁଦ୍ର ସେତୁ-୨’ କାର‌୍ୟ୍ୟକ୍ରମ ପାଇଁ ଭାରତୀୟ ନୌସେନା ପକ୍ଷରୁ ୯ ଗୋଟି ଜାହାଜ ବ୍ୟବହୃତ ହେଉଛି। ଆଇଏନଏସ ଏୟାରଭାଟ୍ ପାରସ୍ୟ ଉପସାଗର ଏବଂ ଦକ୍ଷିଣ ପୂର୍ବ ଏସିଆର ବନ୍ଧୁତ୍ୱପୂର୍ଣ୍ଣ ବିଦେଶୀ ଦେଶରୁ ତରଳ ମେଡିକାଲ ଅମ୍ଳଜାନ ଏବଂ ଆନୁଷଙ୍ଗିକ ଚିକିତ୍ସା ଉପକରଣ ଆଣିବା ପାଇଁ କୋଭିଡ୍ ରିଲିଫ୍ ଅପରେସନ୍ ‘ସମୁଦ୍ର ସେତୁ’ରେ ନିୟୋଜିତ ହୋଇଛି।

Comment