ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଲଗାତର ୪ ଦିନ ହେଲା ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଥିଲା ବେଳେ ଆଜି ଏହି ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ରାଜ୍ୟରେ ୯ ହଜାର ୭୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟବାସୀ ଟିକିଏ ଆଶ୍ୱସ୍ତ ହୋଇଛନ୍ତି।

ପୂର୍ବରୁ ମେ’ ୭ ତାରିଖରେ ରାଜରେ  ୧୨ ହଜାର ୨୩୮, ୮ ତାରିଖରେ ୧୧ ହଜାର ୮୦୭, ୯ ତାରିଖରେ ୧୦ ହଜାର ୬୩୫, ୧୦ ତାରିଖରେ ୧୦,୦୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଆଜି ୯ ହଜାର ୭୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୫ଲକ୍ଷ ୫୪ହଜାର ୬୬୬ରେ ପହଞ୍ଚିଛି।

ଦିନକୁ ଦିନ ଅଣାୟତ୍ତ ହୋଇପଡ଼ୁଥିବା କରୋନାର ଦ୍ୱିତୀୟ ଲହରୀ ପାଇଁ ରାଜ୍ୟରେ ଲକଡାଉନ୍‌, ସଟଡାଉନ୍‌ ଭଳି କଟକଣା ମାନ ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଏହି କଡ଼ା ପଦକ୍ଷେପ ଯୋଗୁଁ ସଂକ୍ରମଣ ଟିକିଏ କମିଥିବା କୁହାଯାଉଛି।

Comment