ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌-୧୯ର ଦ୍ୱିତୀୟ ଲହରୀକୁ ନେଇ ସମସ୍ତେ ଏବେ ଭୟଭୀତ। ଲକ୍‌ଡାଉନ ଓ ସଟ୍‌ଡାଉନ୍ ଭିତରେ ସମସ୍ତେ ଏବେ ଗୃହବନ୍ଦୀ। ଆଉ କିଏ ପୁଣି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଆସିଛି ଏକ ଖୁସିର ଖବର। ସମ୍‌ କୋଭିଡ୍‌ ହସ୍ପିଟାଲ୍‌ରେ କରୋନାକୁ ପରାସ୍ତ କରିଛନ୍ତି ୯୮ ବର୍ଷିୟା ଜଣେ ବୃଦ୍ଧା।

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଅନ୍ନପୂର୍ଣ୍ଣା  ବିଶ୍ୱାଳ ନାମକ ଏହି ବୃଦ୍ଧା ଗତ ମେ’ ୫ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ। ବୟାସାଧିକ ଜନିତ ଅନେକ ବ୍ୟାଧି ଯେପରିକି ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଏହି ବୃଦ୍ଧା କରୋନା ସଂକ୍ରମିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା।

ତୁରନ୍ତ ତାଙ୍କ ପରିବାର ଲୋକେ ତାଙ୍କୁ ସମ୍ କୋଭିଡ୍‌ରେ ଭର୍ତ୍ତି କରାଇଥିଲେ। ତେବେ  ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ସେବା, ଯତ୍ନ ଓ ଚିକିତ୍ସା ଫଳରେ ଅନ୍ନପୂର୍ଣ୍ଣା ସୁସ୍ଥ ହୋଇ ଘରକୁ ଫେରିଥିବାର ତାଙ୍କ ପୁଅ କୂଳମଣି ବିଶ୍ୱାଳ କହିଛନ୍ତି ।

Comment