ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଏଣିକି କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍‌ ନେବାର ୮୪ ଦିନ ପରେ ଦ୍ୱିତୀୟ ଡୋଜ୍‌ ଟିକା ମିଳିବ। କେନ୍ଦ୍ର ସରକାର ଟିକା ବ୍ୟବଧାନ ଅବଧି ବଢ଼ାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଏନେଇ ସବୁ ଜିଲ୍ଲାପାଳ, ସିଡିଏମ୍‌ଓକୁ ଚିଠି ଲେଖି ଜଣାଇଛି। ଏହିସହିତ ରାଜ୍ୟର ସମସ୍ତ ଟିକାକେନ୍ଦ୍ରକୁ ଏ ବାବଦରେ ଜଣାଇବାକୁ ମଧ୍ୟ ଏଥିରେ କୁହାଯାଇଛି।କୋଭିସିଲ୍ଡ ଟକାକରଣ ପାଇଁ ଜାରି ହୋଇଥିବା ନୂଆ ଗାଇଡଲାଇନ୍‌ ଅନୁସାରେ ପ୍ରଥମ ଡୋଜ୍‌ ନେବାର ୮୪ ଦିନ ହୋଇନଥିଲେ ଜଣେ ଦ୍ୱିତୀୟ ଡୋଜ୍‌ ଟିକା ନେଇପାରିବେ ନାହିଁ। ୮୪ ଦିନ ପୂର୍ବରୁ ଦ୍ୱିତୀୟ ଡୋଜ୍‌ ଟିକା ପାଇଁ ଅନଲାଇନରେ ବୁକିଂ ମଧ୍ୟ ହୋଇପାରିବ ନାହିଁ। ତେଣୁ ଯେଉଁମାନେ ଦ୍ୱିତୀୟ ଡୋଜ୍‌ ପାଇଁ ବୁକିଂ କରି ସାରିଛନ୍ତି ସେମାନେ ପୁଣିଥରେ ନିଜ ତରଫରୁ ବୁକିଂ କରନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

ଅନ୍ୟପଟେ ଦ୍ୱିତୀୟ ଡୋଜ୍‌ ଟିକା ବିଳମ୍ବ ହେଲେ କୌଣସି ଅସୁବିଧା ନାହିଁ। ଟିକାକୁ ନେଇ ପ୍ରତିଦିନ ପରୀକ୍ଷା ନିରୀକ୍ଷା ଚାଲିଛି। ସେହି ଅନୁସାରେ ନିୟମରେ ପରିବର୍ତ୍ତନ କରାଯାଉଛି।  ତେଣୁ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ପରାମର୍ଶ ଦେଉଛନ୍ତି।

Comment