ଓଡ଼ିଶାଲାଇଭ୍‌ ବ୍ୟୁରୋhome isolation-2

କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ସତର୍କ ରହିବା ନିହାତି ଜରୁରୀ। କାରଣ ଟିକିଏ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ। ତେଣୁ କୋଭିଡରୁ ସୁସ୍ଥ ହେବା ପରେ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି।

  • ସଂକ୍ରମଣରୁ ସୁସ୍ତ ହେଉଥିବା ଲୋକେ ଔଷଧ ଖାଇବା ସହ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ନିତ୍ୟାନ୍ତ ଆବଶ୍ୟକ।
  • ମସଲାଯୁକ୍ତ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • କୋଭିଡ୍‌ ପୂର୍ବରୁ ବ୍ୟବହାର କରୁଥିବା ଜିନିଷ ଯେମିତିକି ଟୁଥ୍‌ବ୍ରସ, ସାବୁନ ଆଦିକୁ ଆଉ ବ୍ୟବହାର କରନ୍ତୁ ନାହିଁ।
  • ହାତକୁ ବାରମ୍ବାର ସାନିଟାଇଜ୍‌ କରିବେ।
  • ସାମାଜିକ ଦୂରତା ନିୟମ ମାନିବେ
  • ବାହାରେ ବୁଲାବୁଲି କରିବେ ନାହିଁ।
  • ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ।
  • ଥଣ୍ଡା, କାଶ, ସର୍ଦ୍ଦି ରହିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
  • କୋଭିଡରୁ ସୁସ୍ଥ ହେବା ପରେ ନିୟମିତ ସୁଗାର, ରକ୍ତଚାପ, ଅମ୍ଳଜାନ ସ୍ତର ମାପିବେ।
  • ଏଥିରେ କୌଣସି ବ୍ୟତିକ୍ରମ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହିତ କଥା ହେବେ।
  • କୋଭିଡରୁ ସୁସ୍ଥ ହେବାର  ୨ ମାସ ଯାଏଁ ଅଧିକ ସଚେତନ ରହିବା ଜରୁରୀ।
  • ମାସ୍କ ବ୍ୟବହାର କରିବା ବନ୍ଦ କରିବେ ନାହିଁ।
  • ନିୟମିତ ଯୋଗ, ପ୍ରାଣାୟମ କରିପାରିବେ।
  • ଏଣେ ତେଣେ ଛାପ ଖଙ୍କାର ପକାନ୍ତୁ ନାହିଁ। ବେସିନରେ ପାଣି ଖୋଲା କରି ପକାନ୍ତୁ।
  • ଡାକ୍ତରଖାନାରୁ ଆରୋଗ୍ୟ ଲାଭ କରି ଫେରିବା ପରେ ବ୍ୟବହାର କରିଥିବା ଜିନିଷ କିମ୍ବା ହୋମ୍‌ ଆଇସୋଲେସନ ଶେଷ ହେବା ପରେ ରହୁଥିବା କୋଠରୀ ତଥା ଆସବାବ ପତ୍ରକୁ ବ୍ଲିଚିଂ ପାଣିରେ ବିଶୋଧିତ କରନ୍ତୁ।

Comment