ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୧୧ହଜାର ୪୯୮ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୬୪୩୯ଜଣ ହୋଇଥିବାବେଳେ, ୫୦୫୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଦ୍ୱିତୀୟ ଲହରରେ ପ୍ରଥମଥର ପାଇଁ ସର୍ବାଧିକ୨୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୧୦୭ଜଣ ଓ ସୁନ୍ଦରଗଡ଼ରୁ ୭୦୩ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୬୭, ବରଗଡ଼ରୁ ୩୯୫, ବାଲେଶ୍ୱରରୁ ୫୨୪, ଯାଜପୁରରୁ ୩୭୮, ମୟୁରଭଞ୍ଜରୁ ୫୩୮, ସମ୍ବଲପୁରରୁ ୩୯୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୬ଲକ୍ଷ ୫୫ହଜାର ୮୯୯ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୧୦୦୩୬ ଜଣଙ୍କୁ ମିଶାଇ ସମୁଦାୟ ୫ଲକ୍ଷ ୪୬ହଜାର ୬୩୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୧ଲକ୍ଷ ୦୬ହଜାର ୮୧୨ ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ୨୫ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଅନୁଗୁଳର ତିନି ଜଣ, ବଲାଙ୍ଗୀର, ବୌଦ୍ଧ, ବରଗଡ଼, କଟକ, ଢ଼େଙ୍କାନାଳ, ବାଲେଶ୍ୱରର ଜଣେ ଲେଖାଏଁ, ଭୁବନେଶ୍ୱରର ତିନି ଜଣ, ଗଞ୍ଜାମ, ରାୟଗଡ଼ା, ସୁନ୍ଦରଗଡ଼ର ଦୁଇ ଜଣ ଲେଖାଏଁ, ପୁରୀ, କେଉଁଝର, ଖୋର୍ଦ୍ଧାରୁ ଜଣେ ଲେଖାଏଁ, କଳାହାଣ୍ଡିରୁ ଚାରି ଜଣ ରହିଛନ୍ତି । ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୦୫ ରେ ପହଞ୍ଚିଛି।

Comment