ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଥିବା ବେଳେ ସୁସ୍ଥହାର ଏଥିରୁ ଆଶ୍ଵସ୍ଥି ଦେଉଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ରାଜ୍ୟରୁ ୧୦ ହଜାର ୮୮୧ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି।
Another 10881 Covid patients have recovered and are being discharged on 21.05.2021
1559 from Khordha
1440 from Sundargarh
883 from Cuttack
522 from Anugul
455 from Sambalpur
411 from Bargarh
385 from Mayurbhanj
368 from Kalahandi
347 from Nayagarh
333 from Puri
311 from Ganjam— H & FW Dept Odisha (@HFWOdisha) May 21, 2021
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୫୯ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାପରେ ସୁନ୍ଦରଗଡ଼ରୁ ୧,୪୪୦ ଜଣ, କଟକରୁ ୮୩୩ ଜଣ, ଅନୁଗୁଳରୁ ୫୨୨ ଜଣ, ସମ୍ଵଲପୁରରୁ ୪୫୫ ଜଣ, ବରଗଡ଼ରୁ ୪୧୧ ଜଣ, ମୟୂରଭଞ୍ଜରୁ ୩୮୫ ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
109 from Kandhamal
108 from Deogarh
84 from Gajapati
59 from Malkangiri
332 from State PoolThe total recovered cases of Odisha now stand at 567382
— H & FW Dept Odisha (@HFWOdisha) May 21, 2021
ସେହିପରି କଳାହାଣ୍ଡିରୁ ୩୬୮ ଜଣ, ନୟାଗଡ଼ରୁ ୩୪୭ ଜଣ, ପୁରୀରୁ ୩୩ ଜଣ, ଗଞ୍ଜାମରୁ ୩୧୧ ଜଣ, ବାଲେଶ୍ଵରରୁ ୩୦୩ ଜଣ ବ୍ୟକ୍ତି କରୋନା ଯୁଦ୍ଧରେ ଜିତିଛନ୍ତି। ଏଥିସହ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶତାଧିକ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି।
ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ ଲକ୍ଷ ୬୭ ହଜାର ୩୮୨କୁ ବୃଦ୍ଧି ପାଇଛି।