ଓଡ଼ିଶାଲାଇଭ୍ ବ୍ୟୁରୋcovid testing centers-2

ଏଣିକି ଅନ୍‌ଲାଇନ୍ ଜରିଆରେ କୋଭିଡ୍ ଓ୍ୱେବସାଇଟ୍‌ରୁ ପାଇପାରିବେ ରିପୋର୍ଟ। ଆରଟିପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ନମୁନା ଦେଇଥିବା ବ୍ୟକ୍ତି, ରାଜ୍ୟ ସରକାରଙ୍କ ୱେବସାଇଟରୁ ସେମାନଙ୍କ ରିପୋର୍ଟ ସଂଗ୍ରହ କରିପାରିବେ। ଏଭଳି ଏକ ୱେବସାଇଟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରଙ୍କ ୫ଟି ଅଧିନରେ ଏହି ୱେବସାଇଟ୍ ଆରମ୍ଭ କରାଯାଇଛି।

ରିପୋର୍ଟ ପାଇବାପାଇଁ ପଞ୍ଜୀକୃତ ମୋବାଇଲ ନମ୍ବର କିମ୍ବା ଏସଆରଏଫ ଆଇଡି ଦାଖଲ କରିବାକୁ ପଡ଼ିବ। ମୋବାଇଲ୍ ନମ୍ବର ଦେବାପରେ ଟେଷ୍ଟ ରିପୋର୍ଟ ସ୍କ୍ରିନ ଉପରେ ଆସିଯିବ। ପରେ ଏହାକୁ ଡାଉନଲୋଡ କରି ରଖିପାରିବେ। ଲୋକମାନେ କିଭଳି ଶୀଘ୍ର ଓ ସହଜରେ ନିଜର ରିପୋର୍ଟ ପାଇପାରିବେ, ସେଥିପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଇଲୋକ୍‌ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ମିଳିତ ସହଯୋଗରେ ଏଭଳି ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଲୋକମାନଙ୍କୁ ରିପୋର୍ଟ ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡ଼ିବନାହିଁ କିମ୍ବା ସେଠାରେ ଗହଳି ମଧ୍ୟ ହେବନାହିଁ।ଏହି ୱେବସାଇଟର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ଟେକ୍‌ନଲୋଜିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। କୋଭିଡ୍ ରିପୋର୍ଟ ସଂଗ୍ରହ ପ୍ରକ୍ରିୟାକୁ ସରଳ ଓ ସହଜ କରିବା ପାଇଁ ଏହି ୱେବସାଇଟ୍ ବିକଶିତ କରାଯାଇଛି। ରାଜ୍ୟବାସୀଙ୍କୁ ସରକାର କୋଭିଡ୍ ପରୀକ୍ଷାଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି। ଏଥିସହ କୋଭିଡ୍ ପରୀକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଆରଟିପିସିଆର ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଉଛି।”

ପ୍ରତିଦିନ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ କୋଭିଡ୍ ସଚେତନତା କାର୍ଯ୍ୟକ୍ରମର ଆଜିର ଅତିଥି ଥିଲେ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଚିବ ମନୋଜ କୁମାର ମିଶ୍ର। ଅନଲାଇନରେ କିଭଳି ଲୋକମାନେ କୋଭିଡ୍ ଟେଷ୍ଟ ରିପୋର୍ଟ ପାଇପାରିବେ, ସେ ସମ୍ପର୍କରେ ଆଲୋଚନା କରିଥିଲେ।ସେ କହିଛନ୍ତି, “ଏହି ରିପୋର୍ଟରେ ନମୁନା ପରୀକ୍ଷା କରାଯାଇଥିବା ବ୍ୟକ୍ତିଙ୍କର ସମସ୍ତ ବୀବରଣୀ ରହିବ। ଏଥିରେ ଥିବା କ୍ୟୁଆର କୋଡ୍ ଯୋଗେ ଯେକୌଣସି ସମୟରେ ରିପୋର୍ଟ ସମ୍ପର୍କରେ ଯାଞ୍ଚ କରିପାରିବେ। ଏମିତିବି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନମୁନା ପରୀକ୍ଷା କରିବାକୁ ଦେଇ, ନିଜର ରିପୋର୍ଟ ଜାଣିବାକୁ ଇଚ୍ଛୁକ ରହୁଛନ୍ତି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ୱେବସାଇଟ୍‌ରେ ରିପୋର୍ଟ ଦେବାର ବ୍ୟବସ୍ଥା କରାଯାଇଛି । ଗ୍ରାମାଞ୍ଚଳମାନଙ୍କରେ ‘ମୋ ସେବା’ କେନ୍ଦ୍ରଗୁଡ଼ିକରେ ମଧ୍ୟ ଏହି ସେବା ଉପଲବ୍ଧ କରାଯାଇଛି।”

Comment