ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ୟାସ୍‌ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି। ଧାମରାରୁ ବାଲେଶ୍ଵର ମଝିରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ପ୍ରଭାବରେ ଭଦ୍ରକ ଏବଂ ବାଲେଶ୍ଵରରେ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହୁଥିବା ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଆସନ୍ତା ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ଲ୍ୟାଣ୍ଡଫଲ୍ ପାଇଁ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ବିଶେଷ କରି ଭଦ୍ରକ ଓ ବାଲେଶ୍ଵରଠାରେ ସମୁଦ୍ରରେ ବଡ଼ ବଡ଼ ଜୁଆର ହେଉଛି।ମଧ୍ୟାହ୍ନ ସୁଦ୍ଧା ଧାମରାରୁ ଉତ୍ତର ଏବଂ ବାଲେଶ୍ଵରଠାରୁ ଦକ୍ଷିଣରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ। ଏହାପରେ ବାତ୍ୟା ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ମୟୂରଭଞ୍ଜ ଅତିକ୍ରମ କରି ଝାଡ଼ଖଣ୍ଡ ଆଡ଼କୁ ଚାଲିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଏବେ ବାତ୍ୟାର ଆଖି ବା କେନ୍ଦ୍ରର ବ୍ୟାସାର୍ଦ୍ଧ ୩୫ କିଲୋମିଟର ରହିଛି।

Comment