ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ଓ ଫାର୍ମା କମ୍ପାନି ଡକ୍ଟର ରେଡିସ୍‌ର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ଟୁ-ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ଔଷଧର ପାଉଚ୍‌ ପିଛା ଦାମ୍ ରହିଛି ୯୯୦ ଟଙ୍କା। କିନ୍ତୁ ସରକାରୀ ହସ୍‌ପିଟାଲଗୁଡ଼ିକୁ ଏହା ରିହାତି ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ଡକ୍ଟର ରେଡିସ୍‌ ପକ୍ଷରୁ କୁହାଯାଇଛି।

ମେ’ ୧୭ତାରିଖରେ ଡିଆରଡିଓ ପକ୍ଷରୁ କରୋନା ବିରୋଧୀ ୨-ଡିଜି ଔଷଧକୁ ଲଞ୍ଚ କରାଯାଇଥିଲା। ଏହି ଔଷଧ କରୋନା ରୋଗୀଙ୍କ ଶରୀରରେ ଅମ୍ଲଜାନର ମାତ୍ରାକୁ ବୃଦ୍ଧି କରିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଥିଲା। ଏଥିସହ ମଧ୍ୟମ ଓ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି।

ଅନ୍ୟପଟେ ଏହି ଔଷଧକୁ ନେଇ ରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଔଷଧ ଖାଇବା ଦ୍ୱାରା ହସ୍ପିଟାଲରେ ଥିବା କରୋନା ରୋଗୀମାନଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଅମ୍ଲଜାନ ଦରକାର ପଡ଼ୁନାହିଁ ଏବଂ ରୋଗୀଙ୍କ ଶୀଘ୍ର ଭଲ କରିବାରେ ଏହି ଔଷଧ ବେଶ୍ ଫଳପ୍ରଦ ହେଉଛି।

Comment