ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍ ଘୋଷଣା କରାଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସିବିଏସଇର ବୈଠକ ପରେ ଏହି ଘୋଷଣା କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

କୋଭିଡ୍ ଦ୍ଵିତୀୟ ଲହରର ଏଭଳି ସ୍ଥିତିରେ ପରୀକ୍ଷା କରାଯିବ ନା ନାହିଁ ତାକୁ ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସିବିଏସଇର ଏକ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ କେନ୍ଦ୍ର ସରକାରଙ୍କର ବରିଷ୍ଠ ମନ୍ତ୍ରୀ ଓ ସଚିବମାନେ ଉପସ୍ଥିତ ଥିଲେ। ପରୀକ୍ଷା ବାତିଲ୍ କରାଯିବ କି ନାହିଁ, ତା’ ଉପରେ ଆଲୋଚନା ହୋଇଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପରୀକ୍ଷାକୁ ବାତିଲ୍ ଘୋଷଣା କରାଯାଇଛି।କୋଭିଡ୍ ପାଇଁ ପୂର୍ବରୁ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ମଧ୍ୟ ବାତିଲ୍ କରାଯାଇଥିଲା।

ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୪ରୁ ଜୁନ୍‌ ୭ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ମେ’ ୪ରୁ ଜୁନ ୧୫ ମଧ୍ୟରେ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ କରୋନାର ଦ୍ୱିତୀୟ ଲହରୀରେ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ପରୀକ୍ଷାକୁ ବାତିଲ କରାଯାଇଛି।

Comment