ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ଘଟିଛି। କୋଭିଡ୍‌ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ଏନେଇ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ତରଫରୁ ସ୍ପଷ୍ଟ କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଳୀ ରାଉତରାୟଙ୍କ ପୁଅ ଥିଲେ ବିଜୟଶ୍ରୀ ରାଉତରାୟ।

ନବୀନ ପଟ୍ଟନାୟକଙ୍କ ଶାସନରେ ସ୍ୱାସ୍ଥ୍ୟ, ରାଜସ୍ୱ, ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଥିଲେ ବିଜୟଶ୍ରୀ। ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ସେ ୬ଥର ଜିତିଥିଲେ। ଓଡ଼ିଶା ରାଜନୀତି ଓ ଭଦ୍ରକ ଜିଲ୍ଲାର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି ବିଜୟଶ୍ରୀ ରାଉତରାୟ। ଏକ କ୍ଷ୍ୟାତିସମ୍ପର୍ଣ୍ଣ ରାଜନୈତିକ ପରିବାରରୁ ତାଙ୍କର ଜନ୍ମ।

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ମୃତ୍ୟୁ ଖବର ଶୁଣି ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନପ୍ରତିନିଧି ଭାବେ ତାଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେ ଚିର ସ୍ମରଣୀୟ ରହିବେ। ଅନ୍ୟପଟେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ବହୁ ନେତାମନ୍ତ୍ରୀ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Comment