ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ଡକ୍ଟର ବିଜୟ କୁମାର ସାହୁଙ୍କ ପରଲୋକ ହୋଇଛି। ଗୁରୁବାର ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

କିଛି ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ହେଲେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା। ଏଥିପାଇଁ ତାଙ୍କୁ ଏୟାର ଆମ୍ଵୁଲାନ୍ସ ଯୋଗେ ଓଡ଼ିଶାରୁ ହାଇଦ୍ରାବାଦ ନିଆଯାଇଥିଲା ଏବଂ ସେଠାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଗଲା। କିନ୍ତୁ ଗୁରୁବାର ତାଙ୍କର ପରଲୋକ ଘଟିଛି।

ବିଜୟଙ୍କ ଦେହାନ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଆକାଶ ଦାସନାୟକ ପ୍ରମୁଖଙ୍କ ସମେତ ଅନେକ ବିଶିଷ୍ଟ ଶୋକପ୍ରକାଶ କରିଛନ୍ତି।

ଓଡ଼ିଶାର ଶିକ୍ଷା କ୍ଷେତ୍ର ବିଶେଷକରି ସରକାରୀ ବିଦ୍ୟାଳୟର ଶିକ୍ଷାକୁ ଏକ ନୂଆ ରୂପ ଦେବାରେ ଡକ୍ଟର ସାହୁଙ୍କର ଯଥେଷ୍ଟ ଅବଦାନ ରହିଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Comment