ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ ପାଇଁ ଆସ୍ୱସ୍ତିକର ଖବର। ଦେଶରେ ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ତଥ୍ୟ ଅନୁସାରେ ଅନେକ ଦିନର ବ୍ୟବଧାନପରେ ଆଜି ୧ଲକ୍ଷରୁ କମ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬ହଜାର ୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୨ହଜାର ୧୨୩ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।

ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨କୋଟି ୮୯ଲକ୍ଷ ୯୬ହଜାର ୪୭୩ ଓ ମୃତ୍ୟୁସଂଖ୍ୟା ୩ଲକ୍ଷ ୫୧ହଜାର ୩୦୯ରେ ପହଞ୍ଚିଛି। ଏବେ ଦେଶରେ ୧୩ଲକ୍ଷ ୦୩ହଜାର ୭୦୨ଆକ୍ଟିଭ କେସ୍‌ ରହିଛି । ସେହିପରି ୨୪ ଘଣ୍ଟାରେ ୧ଲକ୍ଷ ୮୨ହଜାର ୨୮୨ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୨କୋଟି ୭୩ଲକ୍ଷ ୪୧ହଜାର ୪୬୨ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ସମୁଦାୟ ୨୩କୋଟି ୬୧ଲକ୍ଷ ୯୮ହଜାର ୭୨୬ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି। ଏଯାବତ୍‌ ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି।

Comment