ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଜ୍ୟୋଷ୍ଠ ଅମାବାସ୍ୟା ଅର୍ଥାତ ଆଜିର ଦିନକୁ ସମସ୍ତେ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରିଥାନ୍ତି। ସ୍ଵାମୀଙ୍କ ସୁସ୍ଥ ଶରୀର ଓ ନିରାମୟ ଜୀବନ କାମନା କରି ସବୁ ସଧବା ନାରୀମାନେ ଆଜି ବ୍ରତ ରଖିଛନ୍ତି।

ଆଜିର ଦିନରେ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି। ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ। ଅପରାହ୍‌ଣରେ ପୂଜା ଶେଷ ହେଲେ ଧୂଆମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ଆଦି ଫଳ ଖାଇଥାନ୍ତି।

ସାବିତ୍ରୀ କିପରି ସତ୍ୟବାନଙ୍କୁ ମୃତ୍ୟୁ କବଳରୁ ଫେରାଇ ଆଣିଥିଲେ, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ପୂଜା କରାଯାଏ। ପୂଜା ସରିବା ପରେ ସ୍ଵାମୀଙ୍କଠୁ ଆର୍ଶୀବାଦ ନେଇ ବ୍ରତ ଭାଙ୍ଗିଥାନ୍ତି।

ପ୍ରତିବର୍ଷ ଏହି ଦିନରେ ବିଭିନ୍ନ ଦେବା ଦେବୀଙ୍କ ମନ୍ଦିରରେ ଭିଡ଼ ଲାଗିଥାଏ। ଏ ବର୍ଷ କିନ୍ତୁ କରୋନା ପାଇଁ ବିଭିନ୍ନ ମନ୍ଦିରରେ କଟକଣା ଲାଗିଛି। ଏଥିପାଇଁ ମହିଳାମାନେ ନିଜ ନିଜ ଘରେ ପୂଜାର୍ଚ୍ଚନା କରିବେ ।

Comment