ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ଦିନ ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଇଡକଲକୁ ଖଣି ଓ ଇସ୍ପାତ ବିଭାଗ ଅଧୀନକୁ ଅଣାଯାଇଛି। ପୂର୍ବରୁ ଏହା ଶିଳ୍ପ ବିଭାଗ ଅଧୀନରେ ଥିଲା। ବରିଷ୍ଠ ଆଇଏଏସ୍‌ ସୁରେନ୍ଦ୍ର କୁମାରଙ୍କୁ ଇଡକଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେ ଏବେ ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ଶାସନ ସଚିବ ଓ ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଖାଲି ସେତିକି ନୁହେଁ, ସେ ଶିଳ୍ପ ବିଭାଗ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ।

ଏଣେ ଇଡକଲ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଇଡକଲ ଦାୟିତ୍ୱରୁ ଅବ୍ୟାହତି ନେଇଛନ୍ତି। ଏହାର ପରିଚାଳନା ନିର୍ଦ୍ଦେଶକ ଭାବେ ବଲବନ୍ତ ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଓଏମସିର ନିର୍ଦ୍ଦେଶକ ପଦରେ ଏବେ କାର୍ଯ୍ୟ କରୁଛନ୍ତି। ଇଡକଲ ତାଙ୍କ ପାଇଁ ଅତିରିକ୍ତ ଦାୟିତ୍ୱ ହେବ।

ଦେଖିବାକୁ ଗଲେ, ବର୍ତ୍ତମାନ ରାଜ୍ୟର ଉଚ୍ଚ ଆଇଏଏସ୍‌ ସ୍ତରରେ ଅଫିସରଙ୍କ ଘୋର ଅଭାବ ରହିଛି। ଜଣେ ଜଣେ ଅଧିକାରୀ ତିନି ଚାରୋଟି ବିଭାଗର ଦାୟିତ୍ୱରେ ଥିବା ଲକ୍ଷ୍ୟ କରାଯାଇଛି।

Comment