ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରେ ଆକ୍ରାନ୍ତ ହୋଇ ଓଡ଼ିଶାର ଅନେକ ବିଶିଷ୍ଟ ବ୍ୟକ୍ତି ଆଖି ବୁଜିଛନ୍ତି। ସେହିପରି ପୁଣିଥରେ ଜଣେ ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଧୀକାରୀଙ୍କ ଜୀବନ ନେଇଛି ଅଦୃଶ୍ୟ କରୋନା ମହାମାରୀ। ଅଧିକାରୀ ଜଣଙ୍କ ହେଉଛନ୍ତି ବରିଷ୍ଠ ଓଡ଼ିଆ ଆଇଏଏସ ଡକ୍ଟର ଗୁରୁପ୍ରସାଦ ମହାପାତ୍ର। ୧୯୮୬ ବ୍ୟାଚ ଗୁଜୁରାଟ କ୍ୟାଡର ଆଇଏଏସ୍ ହେଉଛନ୍ତି ଡକ୍ଟର ମହାପାତ୍ର।

ଡକ୍ଟର ଗୁରୁପ୍ରସାଦ ମହାପାତ୍ର ବାଣିଜ୍ୟ ମନ୍ତ୍ରାଳୟ ଅଧିନସ୍ଥ ଡିପିଆଇଆଇଟିର ସଚିବ ଭାବେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ଭାରତୀୟ ବିମାନ ପତ୍ତନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ସେ ହେଉଛନ୍ତି ଓଡ଼ିଶାର ବିଶିଷ୍ଟ ଲେଖକ ମହାପାତ୍ର ନୀଳମଣି ସାହୁଙ୍କ ପୁଅ।ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ, ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ପ୍ରମୁଖ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଟୁଇଟ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ଟୁଇଟରେ ପ୍ରକାଶ କରିଛନ୍ତି, “ଡକ୍ଟର ଗୁରୁପ୍ରସାଦ ମହାପାତ୍ର ତାଙ୍କ ସହ ଉଭୟ ଗୁଜୁରାଟ ଓ କେନ୍ଦ୍ରରେ କାର୍ଯ୍ୟ କରିଥିଲେ । ନିଜର ପ୍ରଶାସନିକ ଦକ୍ଷତା ଓ ବିଭିନ୍ନ ସମସ୍ୟାର ଅଭିନବ ସମାଧାନ ପାଇଁ ସେ ପରିଚିତ ଥିଲେ ।”

Comment