ଓଡ଼ିଶାଲାଇଭ୍ ବ୍ୟୁରୋ

‘କିଛି ବାଟ ଚାଲି ପୁଣି ଫେରିଯିବି ଭାବିଥିଲି, ହେଲେ ସଞ୍ଜ ନଇଁଯିବ ଭାବିନଥିଲି’, ‘ଚକଲେଟ୍’ ଫିଲ୍ମର ଏହି ଗୀତଟିର ବୋଲପରି ତାଙ୍କ ଜୀବନର ସଞ୍ଜ ଆଜି ନଇଁ ଯାଇଛି। ଓଡ଼ିଆ ସଙ୍ଗୀତ ଦୁନିଆକୁ ପରକରି ଅଫେରା ରାଇଜକୁ ଚାଲିଯାଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର।

ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ସଙ୍ଗୀତ ଜଗତରେ ତାଙ୍କ ସ୍ଥାନ ଅପୂରଣୀୟ ରହିବ ବୋଲି ଅନେକ ସଙ୍ଗୀତ ପ୍ରେମୀ ମତ ଦେଇଛନ୍ତି।

ତପୁ ମିଶ୍ର ୧୯୮୫ରେ ସମ୍ୱଲପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ ଅଳ୍ପ ବୟସରେ ଗୀତ ଶିଖି, ଗାଇବା ଆରମ୍ଭ କରିଥିଲେ। ସେ ସମ୍ୱଲପୁର ବିଶ୍ୱବିଦ୍ୟାଳୟରୁ ଓ ପରେ ଗାନ୍ଧର୍ବ ମହାବିଦ୍ୟାଳୟରୁ ସଂଗୀତ ଡିଗ୍ରୀ ହାସଲ କରିଥିଲେ।

ତପୁ ମିଶ୍ର ପ୍ରାୟତଃ ରୋମାଣ୍ଟିକ ଏବଂ ଆଇଟମ ଗୀତ ବୋଲୁଥିଲେ। ୧୯୯୫ ମସିହାରେ ହିମାଂଶୁ ପରିଜାଙ୍କ ଓଡ଼ିଆ ଫିଲ୍ମ ‘କୁଳ ନନ୍ଦନ’ ଜରିଆରେ ସେ ପ୍ରଥମ କରି କଣ୍ଠଦାନ କରିଥିଲେ। ଏହା ପରେ ସେ ‘ଆଇ ଲଭ୍ ୟୁ’ ଫିଲ୍ମର ଗୀତ ‘ନା ରେ ନା ବଜାନା ବଂଶୀ’ ଖ୍ୟାତିଲାଭ କରିଥିଲା ।

ସେ ୫୦୦ରୁ ଅଧିକ ଓଡ଼ିଆ ସମେତ ସେ ବଙ୍ଗଳା, ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଗୀତ ଗାଇଥିଲେ। ସେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଆଲବମ ପ୍ରକାଶ କରିଆସିଥିଲେ ।

ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ‘ଭଏସ୍ ଅଫ୍ ଓଡ଼ିଶା’ରେ ଗୁଡ୍‌ଲି ରଥ ଏବଂ ପମିଙ୍କ ସହ ଜଣେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ। ସଙ୍ଗୀତରେ ଅବଦାନ ପାଇଁ ତପୁ ମିଶ୍ର ଚାରୋଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭକରିଥିଲେ ।

ଆ’ରେ ସାଥି ଆ (୨୦୦୯)ଆ’, ଜହ୍ନରେ ଲେଖିବା ନାଁ (୨୦୦୯), ଧୀରେ ଧୀରେ ପ୍ରେମ ହେଲା (୨୦୦୯), ପ୍ରେମ ରୋଗୀ (୨୦୦୯), ନନ୍ଦିନୀ ଆଇ ଲଭ୍ ୟୁ (୨୦୦୮), ମତେ ତ ଲଭ ହେଲାରେ (୨୦୦୮), କଳିଙ୍ଗ ପୁତ୍ର (୨୦୦୮), ବନ୍ଦେ ଉତ୍କଳ ଜନନୀ (୨୦୦୮), ମତେ ଆଣିଦେଲ ଲକ୍ଷେ ଫଗୁଣ (୨୦୦୮), ବନ୍ଦେ ଉତ୍କଳ ଜନନୀ (୨୦୦୮), ସମୟ ହାତରେ ଡୋରି ଭଳି ଅନେକ ଫିଲ୍ମରେ ସେ କଣ୍ଠଦାନ କରିଥିଲେ ।

୨୦୧୮ରେ ଅଭିନେତା ଦୀପକ ପୂଜାହାରୀଙ୍କୁ ବିବାହ କରିଥିଲେ ତପୁ । ବିବାହ ପରେ ମଧ୍ୟ ସେ ଇଣ୍ଡଷ୍ଟ୍ରି ସହ ଯୋଡ଼ି ହୋଇଥିଲେ ।

Comment