ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

  • ୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଗୋଟି ଚାଳନା
  • ଆଗକୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସମ୍ଭାବନା

ଆଜି ବିଜୁ ଜନତା ଦଳ ପକ୍ଷରୁ ସାଙ୍ଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ କରାଯାଇଛି। ଏଥିରେ ୬ ନେତାଙ୍କୁ ୩୦ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ଦଳ। ଏଥି ସହ ସମସ୍ତ ୩୦ଟି ଜିଲ୍ଲା ନିମନ୍ତେ ନୂଆ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତି ହୋଇଛି। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ଦେବୀପ୍ରସାଦ ମିଶ୍ର, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ପୂର୍ବତନ ବିଧାୟକ ମହେଶ୍ଵର ମହାନ୍ତିଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି।OdishaLIVEମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ନିମନ୍ତେ ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ଵ ଦେଇଛି ଦେଇଛି ଦଳ। ସେହିପରି ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଜିଲ୍ଲାର ଦାୟିତ୍ଵ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ମିଳିଛି।

ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦଳ ପକ୍ଷରୁ ନୂଆପଡ଼ା, କଳାହାଣ୍ଡି, ବରଗଡ଼ ଓ ବଲାଙ୍ଗିର ଜିଲ୍ଲା ଦାୟିତ୍ଵ ଦିଆଯାଇଛି। ସେହିପରି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ଵଲପୁର, ସୋନପୁର ଓ ସୁନ୍ଦରଗଡ଼ର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦଳ ନିଯୁକ୍ତ କରିଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଭଦ୍ରକ, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଦାୟିତ୍ଵ ମିଳିଛି।OdishaLIVEପୂର୍ବତନ ବିଧାୟକ ମହେଶ୍ଵର ମହାନ୍ତିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି।

ଆଗାମୀ ଦିନର ଅନୁଷ୍ଠିତ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ଏହି ଗୋଟି ଚାଳନା କରିଛି ବୋଲି ରାଜନୀତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି। ଅନ୍ୟ କେତେକ ରାଜନୀତିକ ସମୀକ୍ଷକ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପ୍ରସଙ୍ଗ ମଧ୍ୟ ପର୍ଯ୍ୟବେକ୍ଷକ ପରିବର୍ତ୍ତନର ମୂଳ କାରଣ ବୋଲି ମତ ରଖିଛନ୍ତି। ଅର୍ଥାତ ଆଗାମୀ ଦିନରେ ସରକାର ଯଦି ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରନ୍ତି, ତେବେ ଉପରୋକ୍ତ ନେତୃତ୍ଵମାନେ ବାଦ୍ ପଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।ଏଥିସହ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ପାଇଁ ଦଳ ପକ୍ଷରୁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ ପାଇଛନ୍ତି। ଏହି ତାଲିକାରେ ଯୁବନେତୃତ୍ଵମାନଙ୍କୁ ଦଳ ସୁଯୋଗ ଦେଇଥିବା ଦେଖିବାକୁ ମିଳିଛି। ତେଣୁ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନକୁ ବିଜେଡି ଯୁବ ନେତାଙ୍କ ନେତୃତ୍ଵରେ ଲଢ଼ିବାର ଯୋଜନା ରଖିଛି।

କେଉଁ ଜିଲ୍ଲାରେ କିଏ ହେଲେ ପର୍ଯ୍ୟବେକ୍ଷକ

  • ଅନୁଗୁଳ- ପ୍ରଶାନ୍ତ ମୁଦୁଲି
  • ବାଲେଶ୍ୱର- ପ୍ରତାପ କେଶରୀ ଦେବ
  • ବରଗଡ଼- ସୁଧୀର କୁମାର ସାମଲ
  • ଭଦ୍ରକ- ପ୍ରଣବ ବଳବନ୍ତରାୟ
  • ବଲାଙ୍ଗିର- ସୁଶାନ୍ତ ସିଂହ
  • ବୌଦ୍ଧ- ସୌଭାଗ୍ୟ ନାୟକ
  • କଟକ- ଉଷା ଦେବୀ
  • ଦେବଗଡ଼- ସୁଶାନ୍ତ ସିଂହ
  • ଢେଙ୍କାନାଳ- ବିଜୟ ନାୟକ
  • ଗଜପତି- ଅତନୁ ସବ୍ୟସାଚୀ ନାୟକ
  • ଗଞ୍ଜାମ- ପ୍ରଫୁଲ୍ଲ ମଲ୍ଲିକ
  • ଜଗତସିଂହପୁର- ସମୀର ରଞ୍ଜନ ଦାଶ
  • ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
  • ଝାରସୁଗୁଡ଼ା- ସୁବାସ ସିଂହ
  • କଳାହାଣ୍ଡି- ନବ କିଶୋର ଦାସ
  • କନ୍ଧମାଳ- ପ୍ରତାପ ଜେନା
  • କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ
  • କେନ୍ଦୁଝର- ପ୍ରଣବ ପ୍ରକାଶ ଦାସ
  • ଖୋର୍ଦ୍ଧା- ପ୍ରମିଳା ମଲ୍ଲିକ
  • କୋରାପୁଟ- ଚନ୍ଦ୍ର ସାରଥୀ ବେହେରା
  • ମାଲକାନଗିରି- ଚନ୍ଦ୍ର ସାରଥୀ ବେହେରା
  • ମୟୂରଭଞ୍ଜ- ପ୍ରଣବ ପ୍ରକାଶ ଦାସ
  • ନବରଙ୍ଗପୁର- ତୁଷାରକାନ୍ତି ବେହେରା
  • ନୟାଗଡ଼- ପଦ୍ମନାଭ ବେହେରା
  • ନୂଆପଡ଼ା- ଦିବ୍ୟଶଙ୍କର ମିଶ୍ର
  • ପୁରୀ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
  • ରାୟଗଡ଼ା- ଅତନୁ ସବ୍ୟସାଚୀ ନାୟକ
  • ସମ୍ବଲପୁର- ନଳିନୀକାନ୍ତ ପ୍ରଧାନ
  • ସୋନପୁର- ପ୍ରଦୀପ କୁମାର ଅମାତ
  • ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼େଇ

Comment