ଓଡ଼ିଶାଲାଇଭ୍ ବ୍ୟୁରୋbjp

ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ସାଂଗଠନିକସ୍ତରରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ୩ଟି ନୂଆ କମିଟି ଗଠନ କରି ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ। ଶାସକ ବିଜେଡି ନିଜର ସଂଗଠନକୁ କ୍ରିୟାଶୀଳ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଜାରି କରିବା ପରେ ବିଜେପି ଏହି ନୂଆ କମିଟି ଘୋଷଣା କରିଛି।

ଦଳର ସଭାପତି ସମୀର ମହାନ୍ତି ୩ଟି ନୂଆ କମିଟି ଗଠନ କରିବା ସହ ସହରାଞ୍ଚଳ, ପଞ୍ଚାୟତ ଏବଂ ସୀମା ସୁରକ୍ଷା ପାଇଁ ଏହି କମିଟି ଗଠନ ହୋଇଛି ବୋଲି କହିଛନ୍ତି। ଏହାର ଅଧ୍ୟକ୍ଷ ଓ ସଂଯୋଜକଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି।

ସହରାଞ୍ଚଳ କମିଟିର ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ କେଭି.ସିଂହଦେଓ ଓ ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମନୋନୀତ କରାଯାଇଥିବାବେଳେ ପଞ୍ଚାୟତ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ଚୟନ କରାଯାଇଛି। ସେହିପରି ସଂଯୋଜକ ଭାବେ ଶଙ୍କର ପରିଡ଼ା, ସୀମା ସୁରକ୍ଷା କମିଟିର ରାଜ୍ୟ ଅଧ୍ୟକ୍ଷ ଭାବେ ସାଂସଦ ବସନ୍ତ ପଣ୍ଡା ଓ ସଂଯୋଜକ ଭାବେ ସଞ୍ଜିବ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here