ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ଆଇଏଏସ ଅଫିସର ତଥା ରାଜ୍ୟପାଳଙ୍କ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିସନର ଓ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବର୍ତ୍ତମାନ ସଚିବ ଥିବା ଅନୁ ଗର୍ଗଙ୍କ ସ୍ଥାନରେ ମେହେର୍ଦ୍ଦାଙ୍କୁ ଏହି ନିଯୁକ୍ତି ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଭାବରେ ଚାରି ବର୍ଷ ଧରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ପରିଚାଳନା ପାଇଁ ଡକ୍ଟର ମେହେର୍ଦ୍ଦା ବେଶ୍‍ ଜଣାଶୁଣା।କୋଭିଡ-୧୯ ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ପିଲାମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶ ବିଭାଗ ପରିଚାଳନା କରିବା ପାଇଁ ପ୍ରଶାସକ ଡାକ୍ତର ମେହେର୍ଦ୍ଦାଙ୍କୁ ଚୟନ କରିଛନ୍ତି।ବର୍ତ୍ତମାନ ଡକ୍ଟର ମେହେର୍ଦ୍ଦା ଓଡିଶାର ରାଜ୍ୟପାଳଙ୍କ ସଚିବ ଭାବରେ ରାଜ ଭବନରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପରିଚାଳନା କରୁଛନ୍ତି। ସେ ଉଭୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସହଜରେ ପରିଚାଳନା କରିପାରିବେ ବୋଲି ବରିଷ୍ଠ ଅଧିକାରୀମାନେ ବିଚାର କରିଛନ୍ତି।

Comment