ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। ଏହି ସମ୍ପ୍ରସାରଣରେ ୪୩ ଜଣ ନୂଆ ଚେହେରାଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ମିଳିଛି। ଏଥିରେ ଓଡ଼ିଶାରୁ ଦୁଇ ଜଣ ସାଂସଦ ବିଶ୍ଵେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ତାଲିକାରେ ପ୍ରକାଶ ପାଇଥିବା ନାମ

  • ନାରାୟଣ ଟାଟୁ ରାଣେ
  • ବିରେନ୍ଦ୍ର କୁମାର
  • ଜ୍ୟୋତିରାଦିତ୍ୟ ସିନ୍ଧିଆ
  • ସର୍ବାନନ୍ଦ ସୋନୱାଲ
  • ରାମଚନ୍ଦ୍ର ପ୍ରସାଦ ସିଂ
  • ଅଶ୍ୱିନୀ ବୈଷ୍ଣବ
  • ପଶୁପତି କୁମାର ପାରସ
  • କିରେନ ରିଜିଜୁ
  • ରାଜ କୁମାର ସିଂ
  • ହରଦୀପ୍ ସିଂ ପୁରୀ
  • ମନସୁଖ ମାଣ୍ଡଭିଆ
  • ଭୁପେନ୍ଦ୍ର ୟାଦବ
  • ପରଶୋତ୍ତମ ରୂପାଲ
  • ଜି କ୍ରିଷ୍ଣା ରେଡ୍ଡୀ
  • ଅନୁରାଗ ସିଂ ଠାକୁର
  • ପଙ୍କଜ ଚୌଧୁରୀ
  • ଅନୁପ୍ରିୟା ସିଂ ପଟେଲ
  • ସତ୍ୟପାଲ ସିଂ ଭାଗେଲ
  • ରାଜୀବ ଚନ୍ଦ୍ରଶେଖର
  • ସୁଶ୍ରୀ ଶୋଭା କରନ୍ଦଲାଜେ
  • ଭାନୁ ପ୍ରତାପ ସିଂ ବର୍ମା
  • ଦର୍ଶନ ବିକ୍ରମ ଜରଦୋଶ
  • ମୀନାକ୍ଷୀ ଲେକ୍ଷୀ
  • ଅନ୍ନପୂର୍ଣ୍ଣା ଦେବୀ
  • ଏ ନାରାୟଣ ସ୍ଵାମୀ
  • କୌଶାଲ କିଶୋର
  • ଅଜୟ ଭଟ୍ଟ
  • ବିଏଲ ବର୍ମା
  • ଅଜୟ କୁମାର
  • ଚୌହାନ ଦେବୁସିଂ
  • ଭଗଓ୍ଵନ୍ତ ଖୁବା
  • କପିଲ ମେହଶ୍ଵର ପାଟିଲ
  • ପ୍ରତିମା ଭୌମିକ
  • ସୁଭାଷ ସରକାର
  • ଭଗବତ କିଶାନରାଓ କରଦ
  • ରାଜକୁମାର ରଞ୍ଜନ ସିଂ
  • ଭାରତି ପ୍ରବିନ ପାଓ୍ଵାର
  • ବିଶ୍ଵେଶ୍ୱର ଟୁଡୁ
  • ଶାନ୍ତନୁ ଠାକୁର
  • ମୁଞ୍ଜାପରା ମହେନ୍ଦ୍ର ଭାଇ
  • ଜନ ବର୍ଲା
  • ଏଲ ମୁର୍ଗାନ
  • ନିଶିଥ ପ୍ରାମାଣିକ

ଓଡ଼ିଶାରୁ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ସେହିପରି ତାଲିକା ଅନୁସାରେ ୧୦ ଜଣ ମନ୍ତ୍ରୀ ପ୍ରମୋଶନ ପାଇଥିବାବେଳେ ନୂଆ ୩୩ ଜଣ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି। ତେବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ୧୧ ଜଣ ମହିଳା ରହିଛନ୍ତି। ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭବନରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

Comment