ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିବା ପରେ ଓଡ଼ିଶାର ୪ ହକି ଖେଳାଳିଙ୍କୁ ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।  ମହିଳା ହକି ଦଳର ଉପଅଧିନାୟିକା ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ ଏବଂ ପୁରୁଷ ହକି ଦଳର ଦୁଇ ଖେଳାଳି ଉପଅଧିନାୟକ ବୀରେନ୍ଦ୍ର ଲାକ୍ରା ଓ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଛି।ଏହାସହିତ ସେମାନଙ୍କୁ ଆର୍ଥିକ ପୁରସ୍କାର ମଧ୍ୟ ଦିଆଯାଇଛି। ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଢ଼େଇ କୋଟି ଲେଖାଏଁ ଦିଆଯାଇଥିଲା ବେଳେ ଦୀପ ଗ୍ରେସ୍‌ ଏକ୍କା ଓ ନମିତା ଟପୋଙ୍କୁ ୫୦ ଲକ୍ଷ ଟଙ୍କା ଦିଆଯାଇଛି।

ସେହିପରି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ  ଓଡ଼ିଶା ପୋଲିସରେ ଡିଏସ୍‌ପି ପଦବୀରେ ଅବସ୍ଥାପିତ ପାଇଁ ନିଯୁକ୍ତି ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଟୋକିଓ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରିଥିଲେ। ପୁରୁଷ ଦଳ ବ୍ରୋଞ୍ଜ ପଦକ ଜିତିଥିଲେ। ମହିଳା ଦଳ ହାରି ଯାଇଥିଲେ ମଧ୍ୟ ମ୍ୟାଚରେ ଦୃଢ଼ ସଂଘର୍ଷ ପାଇଁ ସମସ୍ତଙ୍କ ମନ କିଣି ନେଇଥିଲେ। ଅଲମ୍ପିକ୍ସରେ ଭାଗ ନେବା ପରେ ମଙ୍ଗଳବାର ରାତିରେ ଓଡ଼ିଶାକୁ ଫେରିଥିଲେ ୪ ହକି ତାରକା।

Comment