ଓଡ଼ିଶାଲାଇଭ୍ ବ୍ୟୁରୋ

ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନର ଦ୍ଵିତୀୟ ଦିନରେ ବି ଗୃହ କାର୍ଯ୍ୟ ସଠିକ୍ ଭାବରେ ଚାଲିପାରିନାହିଁ। କଂଗ୍ରେସ ଓ ବିଜେପି କର୍ମୀଙ୍କ ହଟ୍ଟଗୋଳ ଯୋଗୁଁ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଆଜି ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ମାହାଙ୍ଗାରେ ହୋଇଥିବା ଡବଲ ମର୍ଡର(ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା) ମାମଲାର କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ସଦସ୍ୟମାନେ ଗୃହରେ ହୋ ହାଲ୍ଲା କରିଥିଲେ।

ସେହିପରି କଂଗ୍ରେସ ସଦସ୍ୟମାନେ ମରୁଡ଼ି ଏବଂ ଚାଷୀ ପ୍ରସଙ୍ଗ ଉଠାଇ ନାରାବାଜି ଦେଇଥିଲେ। ଏହାପରେ ଗୃହକୁ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ଅଗଷ୍ଟ ୧ତାରିଖରୁ ଆରମ୍ଭ ହୋଇଯାଇଛି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେସନ। ଆରମ୍ଭ ଦିନରୁ ଗୃହରେ ଅସନ୍ତୋଷ ଲାଗି ରହିଛି। ପ୍ରଥମ ଦିନରେ ମରୁଡ଼ି ପ୍ରସଙ୍ଗକୁ ନେଇ କଂଗ୍ରେସ କର୍ମୀମାନେ ହଟ୍ଟଗୋଳ କରିଥିଲେ। ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅଧିବେଶନ ସେପ୍ଟେମ୍ବର ୯ତାରିଖ ପର୍ଯ୍ୟନ୍ତ ଚାଲିବ।

Comment