ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ୧୩, ୧୪ ଏବଂ ୧୫ ତାରିଖରେ ମଧ୍ୟ ଏଭଳି ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

ବର୍ଷାକୁ ଦୃଷ୍ଟିରେ ରଖି ସୋମବାର ଯାଏଁ ପୁରୀ, ଖୋର୍ଦ୍ଧା କଟକ ଜଗତସିଂହପୁର କେନ୍ଦ୍ରପାଡ଼ା, ଢେଙ୍କାନାଳ,  ନୟାଗଡ଼କୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଅରେଞ୍ଜ୍‌ ଓ୍ୱାର୍ଣ୍ଣିଂରେ ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ,  ଯାଜପୁର ଭଦ୍ରକ ରହିଛି । ସେହିପରି କଳାହାଣ୍ଡି, ବଲାଙ୍ଗିର,ସୋନପୁର, ସମ୍ବଲପୁର, ଦେବଗଡ଼ କେନ୍ଦୁଝର, ମୟୂରଭଞ୍ଜ, ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Comment