ଓଡ଼ିଶାଲାଇ୍‌ ବ୍ୟୁରୋ

ଗତ ୨ ଦିନ ହେଲା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ କେତକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଲାଣି। ତେଣୁ ଏହାକୁ ଦୃଷ୍ଟିରେ ସ୍ୱତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଲଗାଣ ବର୍ଷା ଯୋଗୁଁ ଜଳେଶ୍ୱର ମଥାନୀ ଠାରେ ଜଳାକା ନଦୀ ବିପଦ ସଂକେତ ଉପରେ ପ୍ରଭାହିତ ହେଉଥିବା ବେଳେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବାଂଶଧାରା, ରୁଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ତଳିଆ ଅଞ୍ଚଳରେ ବନ୍ୟା ଆସିପାରେ। ଯଦି ଜନବସତି ପ୍ରଭାବିତ ହୁଏ ତେବେ ସେମାନଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରିବାକୁ ଏସ୍‌ଆରସି କହିଛନ୍ତି।

ସେହିପରି ଆବଶ୍ୟକ ସ୍ଥଳରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏହାସହିତ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଯୋଗ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଆଗାମୀ ୧୭ ତାରିଖରେ ପୁଣି ଆଉ ଏକ ଲଘୁଚାପ ସମ୍ଭାବନା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

Comment