ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ୨୦ ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ ୬ ହଜାର ୬୯୬ଟି ଗାଁ ଏବଂ ୨୭ଟି  ପୌରାଞ୍ଚଳ ପ୍ରଭାବିତ ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୦ ଲକ୍ଷ ୪୬ ହଜାର ୨୨ ଜଣ ପ୍ରଭାବିତ ହୋଇଛନ୍ତି। ୧୩,୫୩୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨,୮୭୦ଟି ଘର ଭାଙ୍ଗିଛି। କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ସରକାର ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି।

ଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଲୋକ ଜଳବନ୍ଦୀ ହୋଇ ରହିଥିବାରୁ ପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟାଯିବା ସହ ଡାକ୍ତରୀ ଟିମ୍ ପଠାଯାଇଛି। ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୧୧ ଲକ୍ଷ ୩୬ ହଜାର ୯୭୧ ଜଣ ପ୍ରଭାବିତ ହୋଇଥିଲାବେଳେ ୫୨୩ଟି ଘର କ୍ଷତିଗ୍ରସ୍ତ ହୋଇଛି।

ସେହିପରି ଅନେକ ଜିଲ୍ଲାରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଅନୁଗୁଳରେ ୨୫୯ ହେକ୍ଟର, ବୌଦ୍ଧରେ ୧୯୨ ହେକ୍ଟର, କଟକରେ ୧୪, ୩୯୨ ହେକ୍ଟର, ଜଗତସିଂହପୁରରେ ୬୧ ହେକ୍ଟର, ୯୧୪ ହେକ୍ଟର, ଯାଜପୁରରେ ୪୦.୧୦୩ ହେକ୍ଟର, ଖୋର୍ଦ୍ଧାରେ ୩୦୭ ହେକ୍ଟର ଫସଲ ପ୍ରଭାବିତ ହୋଇଛି।

ଅନୁଗୁଳରେ ୯ଟି ରାସ୍ତା, ବୌଦ୍ଧରେ ୧୭ଟି ରାସ୍ତା, ଜଗତସିଂହପୁରରେ ୫୭ଟି ରାସ୍ତା କନ୍ଧମାଳରେ ୬ଟି ରାସ୍ତା, କେନ୍ଦ୍ରପଡ଼ାରେ ୧୦ଟି ରାସ୍ତା ପ୍ରଭାବିତ ହୋଇଛି।

Comment