ଓଡ଼ିଶାଲାଇଭ୍ ବ୍ୟୁରୋ

ଉନ୍ନତ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଓ ଦୃଢ଼ ପରିବେଶ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଥିବାରୁ ନାଲ୍‌କୋର ପଞ୍ଚପଟ୍ଟମାଳି ବକ୍ସାଇଟ୍ ଖଣିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର ୨୦୨୧ ପ୍ରଦାନ କରାଯାଇଛି।

ଭୁବନେଶ୍ଵରସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିସରରେ ଆୟୋଜିତ ଏକ ସମାରୋହରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ପୁରସ୍କାରକୁ ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନରେ ଥିବା ନାଲକୋର ନବରତ୍ନ କମ୍ପାନିକୁ ହସ୍ତାନ୍ତର କରିଛନ୍ତି।

ଏଭଳି ସଫଳତା ପାଇଁ ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର, ଖଣି ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ଓ ଉନ୍ନତ ପରିବେଶ ପରିଚାଳନା ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି।ସେ କହିଛନ୍ତି, “ନାଲ୍‌କୋ ଉନ୍ନତ ପରିବେଶ ପରିଚାଳନାରେ ସର୍ବୋଚ୍ଚ ମାନକ ହାସଲ କରିବା ଲାଗି ସର୍ବଦା ଉଦ୍ୟମ କରୁଛି। ଏହି ପୁରସ୍କାର ନାଲ୍‌କୋର କମର୍ଚାରୀମାନଙ୍କ ପରିବେଶ ସୁରକ୍ଷା ପାଳନ ଦିଗରେ ନିରନ୍ତର ପ୍ରୟାସ ତଥା ନିଷ୍ଠାର ସହକାର୍ଯ୍ୟ ସମ୍ପାଦନ ଯୋଗୁଁ ସମ୍ଭବ ହୋଇପାରିଛି।”

ସୂଚନା ଥାଉକି, ଖଣି ପକ୍ଷରୁ ବକ୍ସାଇଟ୍‌ ଖଣି ଶୂନ୍ୟ ନିଷ୍କାସନ ବ୍ୟବସ୍ଥାଠାରୁ ଆରମ୍ଭ କରି ଖଣି ଅଞ୍ଚଳର ପୁନରୁଦ୍ଧାର ଓ ପୁର୍ନଥଇଥାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏବେ ସୁଦ୍ଧା ୩୭ ଲକ୍ଷରୁ ଅଧିକ ବୃକ୍ଷରୋପଣ କରାଯାଇଅଛି। ଖଣି କାର୍ଯ୍ୟ ଶେଷ ହୋଇଥିବା ଅଞ୍ଚଳରେ ଜୈବ ବିବିଧତାରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି।

Comment