ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍, ଭାଷାବିଜ୍ଞାନୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ପ୍ରଫେସର ରାଜକିଶୋର ମିଶ୍ରଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି।

“ପ୍ରଭୁ ଜଗନ୍ନାଥଙ୍କ ପାଖରେ ପବିତ୍ର ଜନ୍ମାଷ୍ଟାମୀ ଉତ୍ସବ ପାଳିତ ହୋଇଥାଏ। କିନ୍ତୁ ସେହି ଜନ୍ମାଷ୍ଟମୀ ଭିନ୍ନ ଧରଣର ପାଳିତ ହୋଇଥାଏ। ସେହିପରି ଭାରତର ଅନେକ ସ୍ଥାନରେ କୃଷ୍ଣ ଜନ୍ମ ପାଳିତ ହୋଇଥାଏ”, କହିଥିଲେ ପ୍ରଫେସର ରାଜକିଶୋର ମିଶ୍ର।

ଜନ୍ମାଷ୍ଟମୀ କହିଲେ ଆମେ ଶ୍ରୀକୃଷ୍ଣଙ୍କ ଜନ୍ମ ବିଷୟରେ ଜାଣିଥାଉ। ଶ୍ରୀକୃଷ୍ଣ ଥିଲେ ମହାଭାରତର ଅନ୍ୟତମ ନାୟକ। ଏହିଭଳି ମହାଭାରତରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକା ସମ୍ପର୍କରେ କ’ଣ କହିଥିଲେ ରାଜକିଶୋର ମିଶ୍ର ଶୁଣନ୍ତୁ।

ଜନ୍ମାଷ୍ଟମୀର ଅନ୍ୟନାମ ହେଉଛି ମୋହରାତ୍ରୀ। ଭଗବାନ ଶ୍ରୀକୃଷ୍ଣ ମାତା ଦେବକି ଓ ପିତା ବସୁଦେବଙ୍କ କୋଳରେ ଜନ୍ମ ନେଲାପରେ କିପରି ଯମୁନା ନଦୀ ପାରହୋଇ ନନ୍ଦରାଜାଙ୍କ ଘରକୁ ଗଲେ ଏବଂ ସେଠାରେ ରାଜାଙ୍କ ପୁତ୍ର ଜନ୍ମ ଖୁସିରେ କିଭଳି ନନ୍ଦୋତ୍ସବ ପାଳନ କରାଯାଇଥିଲା, ସେହି ପୌରାଣିକ କଥା ସମ୍ପର୍କରେ ଭାଷାବିଜ୍ଞାନୀ ରାଜକିଶୋର ମିଶ୍ର କ’ଣ କହିଥିଲେ ଶୁଣନ୍ତୁ।

“ଯୁବପିଢ଼ି ପ୍ରେମ ଦିକ୍ଷା ନେବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୁରୁ କରି ନେଇଥାନ୍ତି, ଆଉ ବର୍ଷିଆନ ବ୍ୟକ୍ତିମାନେ ପ୍ରଭୁଙ୍କଠାରୁ ଦର୍ଶନ ସମ୍ପର୍କରେ ଏବଂ ଆଧ୍ୟାତ୍ମିକ ତତ୍ତ୍ଵ ବିଷୟରେ ଜାଣିବାପାଇଁ ଚାହିଁଥାନ୍ତି। ଯେଉଁମାନେ ବୀର ପୁରୁଷ ସେମାନେ ଭଗବାନ କୃଷ୍ଣଙ୍କଠାରୁ ଯୁଦ୍ଧ କରିବାର କୌଶଳ ଶିଖିଥାନ୍ତି”, ଏହିପରି କିଛି କୌତୁକପୂର୍ଣ୍ଣ କଥା କହିଥିଲେ ଶିକ୍ଷାବିତ୍ ରାଜକିଶୋର ମିଶ୍ର।

Comment