ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗାପୂଜାକୁ ନେଇ କଟକ, ଭୁବନେଶ୍ୱରବାସୀଙ୍କୁ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଚେତାଇଛନ୍ତି। ପୂଜା ସମୟରେ ଅମାନିଆ ନହୋଇ କୋଭିଡ ନିୟମ ପାଳିବାକୁ ସେ ଅପିଲ କରିଛନ୍ତି। ଯଦି କେହି ଅମାନିଆ ହୁଅନ୍ତି ତେବେ ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ କମିସନର କହିଛନ୍ତି।

ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୧ ତାରିଖରୁ ୨୦ ତାରିଖ ଯାଏଁ କଟକ, ଭୁବନେଶ୍ୱରରେ ସନ୍ଧ୍ୟା ୮ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେଣୁ ସୁରକ୍ଷା ପାଇଁ ଏହି ନିୟମ ପାଳିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ପୋଲିସ କମିସନର । ସେହିପରି ମଣ୍ଡପରେ ଶାନ୍ତି ଶୃଙ୍ଖଳାରେ କୋଭିଡ ନିୟମ ଭିତରେ ମା’ଙ୍କୁ ପୂଜା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

କରୋନା ପାଇଁ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଶାରଦୀୟ ଦୁର୍ଗାପୂଜା ଫିକା ପଡ଼ିଛି। ଲୋକଙ୍କମନରେ ପୂଜା ପାଇଁ ଉତ୍ସାହ ଦେଖିବାକୁ ମିଳୁନାହିଁ। ବିଧି ରଖିବାକୁ ରାଜ୍ୟ ସରକାର କଟକଣା ଭିତରେ ପୂଜା କରିବାକୁ ଅନୁମତି ଦେଇଛନ୍ତି।

Comment