ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ପଛୁଆବର୍ଗଙ୍କ ପାଇଁ ଏଥର ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା – ଅନୁଗୁଳ, କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି।

ସେହିପରି କଳାହାଣ୍ଡି, କେନ୍ଦ୍ରାପଡ଼ା, ଗଞ୍ଜାମ, ଝାରସୁଗୁଡ଼ା, ଢେଙ୍କାନାଳ, ଦେବଗଡ଼, ନୂଆପଡ଼ା, ପୁରୀ, ବରଗଡ଼, ବଲାଙ୍ଗିର, ବୌଦ୍ଧ ଓ ସମ୍ବଲପୁର ଆଦି ୧୨ଟି ଜିଲ୍ଲା ପାଇଁ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରହିଛି।ଏହା ବାଦ୍ କଟକ, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲା ଅଧ୍ୟକ୍ଷ ଅନୁସୂଚିତ ଜାତି ପାଇଁ ଏବଂ କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ବାଲେଶ୍ୱର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡ଼ା, ସୁନ୍ଦରଗଡ଼ ଓ ସୋନପୁର ଜିଲ୍ଲା ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ପାଇଁ ଗତ ୮ ତାରିଖରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକା ଉପରେ ଆପତ୍ତି ଅଭିଯୋଗ କରିବା ପାଇଁ ୧୬ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ଜିଲ୍ଲାପାଳମାନେ ୨୧ ତାରିଖ ସୁଦ୍ଧା ଆପତ୍ତି, ଅଭିଯୋଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବେ ଓ ୨୬ରେ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିସନଙ୍କୁ ଦେବେ।

Comment