ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାନସିକ ଚାପ ବା ଷ୍ଟ୍ରେସ୍‌ ଯୋଗୁଁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଆଜିକାଲିର ଜୀବନଶୈଳୀ, କମର୍ମୟ ଜୀବନ ମଣିଷକୁ ସବୁବେଳେ ଚାପଗ୍ରସ୍ତ କରି ରଖିଥାଏ। ଚାପ ମେଦବହୁଳତା, ହୃଦରୋଗ, ଅଲଜାଇମର ରୋଗ, ମଧୁମେହ, ଉଦାସୀନତା, ଆସ୍ଥମା, ମୁଣ୍ଡବିନ୍ଧା, ଋତୁସ୍ରାବରେ ସମସ୍ୟା  ଓ ଉଚ୍ଚ ରକ୍ତଚାପ ଭଳି ରୋଗର ଆଶଙ୍କାକୁ ସୃଷ୍ଟି କରିଥାଏ। ତେବେ କେମିତି ଏହି ଚାପକୁ ନିୟନ୍ତ୍ରଣ କରିବେ, ଆସନ୍ତୁ ଜାଣିବା।

ସକରାତ୍ମକ ଚିନ୍ତାଧାରା ରଖନ୍ତୁ।

କିଛି ଘଟଣା ଆମକୁ ଚାପ, ଦୁଃଖ ଦେଇଥାଏ। ଏଭଳି ସ୍ଥିତିରେ ଆପଣଙ୍କୁ ଗ୍ରହଣ କରିବାକୁ ହେବ ଯେ, ଏଭଳି ପରିସ୍ଥିତି ଯାହାକୁ ଆପଣ ନିୟନ୍ତ୍ରଣ କରିପାରିବେ ନାହିଁ। ତା’କୁ ଅଧିକ ଭାବନ୍ତୁ ନାହିଁ।

ରିଲାକ୍ସ ରହିବାକୁ ଚେଷ୍ଟା କରନ୍ତୁ। ଯୋଗ, ମେଡିଟେସନ୍‌, ବ୍ୟାୟାମକୁ ନିଜ ଜୀବନରେ ସାମିଲ କରନ୍ତୁ।

ଉଷୁମ ପାଣିରେ ଗାଧାନ୍ତୁ, ମଝିରେ ମଝିରେ ସ୍ପା କରନ୍ତୁ। ଆପଣ ଚାହିଁଲେ, ପାର୍ଲରରେ ହେଡ୍‌ ମସାଜ ଓ ବଡି ମସାଜ ନେଇପାରିବେ। ଏହା ଆପଣଙ୍କୁ ଆରମ ଦେବ।

ଦିନକୁ ୬ରୁ ୮ ଘଣ୍ଟା ଧରି ଶୁଅନ୍ତୁ।

ସ୍ୱାସ୍ଥ୍ୟକର ଓ ସନ୍ତୁଳିତ ଭୋଜନ କରନ୍ତୁ। ତେଲ ମସଲାଠାରୁ ଦୂରେଇ ରହନ୍ତୁ।

ଚାପ କମାଇବା ପାଇଁ ମଦ୍ୟପାନ, ଡ୍ରଗ୍ସ ଓ ସିଗାରେଟର ଆଶ୍ରୟ ନିଅନ୍ତୁ ନାହିଁ।

ଦୀର୍ଘ ନିଶ୍ୱାସ ନିଅନ୍ତୁ। ଗୋଟେ ଶାନ୍ତ ପରିବେଶରେ ଆରମରେ ବସନ୍ତୁ, ଆଖି ବନ୍ଦ କରନ୍ତୁ, ୫ରୁ ୧୦ ମିନିଟ୍‌ ଯାଏଁ ଦୀର୍ଘ ନିଶ୍ୱାସ ନିଅନ୍ତୁ।

ଆଧୁନିକ ଜୀବନଶୈଳୀ ବ୍ୟସ୍ତତା ମଧ୍ୟ ଦେଇ ଚାଲିଛି। ଏଭଳି କ୍ଷେତ୍ରରେ ନିଜକୁ ବ୍ରେକ୍‌ ଦିଅନ୍ତୁ।

ଗୀତ ଶୁଣନ୍ତୁ, ସାଙ୍ଗସାଥୀ, ପରିବାର ଓ ଛୋଟପିଲାଙ୍କ ସହ ସମୟ ବିତାନ୍ତୁ।

ସପ୍ତାହକୁ ଥରେ ଖେଳକୁଦ, ବ୍ୟାଡ୍‌ମିଣ୍ଟନ ବା ଗଲ୍ଫ ଆଦି ଖେଳନ୍ତୁ।

ଯେଉଁ ଜିନିଷରେ ଆପଣ ଖୁସି ଅନୁଭବ କରିବେ, ସେହି କାର୍ଯ୍ୟ କରନ୍ତୁ।

ନିଜ ଦୁଃଖ, ଖୁସି ଓ ସମସ୍ୟା ଆପଣାର ଲୋକଙ୍କ ସହ ସେୟାର କରନ୍ତୁ।

Comment