ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳାହାଣ୍ଡି ମହାଲିଙ୍ଗ ସନ୍‌ସାଇନ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ଧରାପଡ଼ିଛି। ହାତ ଧୋଇବା ବାହାନା କରି ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିବା ଗୋବିନ୍ଦଙ୍କୁ ଆଖୁ ବିଲରୁ ଧରିଛି ପୋଲିସ। ଧରା ପଡ଼ିବା ପରେ ଗୋବିନ୍ଦଙ୍କୁ ବଲାଙ୍ଗିର ଏସ୍‌ପି ଅଫିସରେ ହଜାର କରାଯାଇଛିା ଏଠାରେ ତାକୁ ଅଧିକ ପଚରାଉଚରା କରାଯାଉଛିା

ମମିତାଙ୍କ ନିଖୋଜ ମାମଲାରେ ପୋଲିସ ଗତ ୧୪ ତାରିଖରେ ସନ୍‌ସାଇନ ପବ୍ଲିକ୍ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ପଚରାଉଚରା ପାଇଁ ଉଠାଇ ଆଣିଥିଲା। ୪ ଦିନ ପର୍ଯ୍ୟନ୍ତ ତାଙ୍କୁ ଟିଟିଲାଗଡ଼ ପୋଲିସ ବ୍ୟାରେକ୍‌ରେ ଅଟକ ରଖାଯାଇଥିଲା। ହେଲେ ରବିବାର ହାତ ଧୋଇବା ବାହାନା କରି ପୋଲିସ ହେପାଜତ୍‌ରୁ ସେ ଖସି ପଳାଇଥିଲେ।

ଗୋବିନ୍ଦଙ୍କୁ ଧରିବା ପାଇଁ ପ୍ରଥମେ ୨୦ ହଜାର ଟଙ୍କାର ଅର୍ଥରାଶି ଘୋଷଣା କରିଥିଲା ବଲାଙ୍ଗିର ପୋଲିସ। ପରେ ତାହାକୁ ବଢ଼ାଇ ୧ ଲକ୍ଷ ଟଙ୍କା କରିଦିଆ ଯାଇଥିଲା ବେଳେ ମଙ୍ଗଳବାର ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବିଲରୁ ଗୋବିନ୍ଦ ଧରାପଡ଼ିଛି।

Comment