ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ମୁନ୍ନି ମଲାଇକା ଆରୋରା ଖାନ୍ ଯଦିଓ ବର୍ତ୍ତମାନ ଫିଲ୍ମଠାରୁ ଦୂରେଇ ଅଛନ୍ତି ତଥାପି ଫିଟନେସ୍ ପାଇଁ ସେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି।

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଆଜି ୪୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ବୟସରେ ବି ସେ ଇଣ୍ଡଷ୍ଟ୍ରିର ଫିଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ସେଥିପାଇଁ ଦର୍ଶକଙ୍କ ମଧ୍ୟରେ ଗୋଟିଏ ଚର୍ଚ୍ଚା ଚାଲେ ଯେ ମଲାଇକା କେମିତି ଏତେ ଫିଟ୍‌ ଅଛନ୍ତି?

ମାତ୍ର ୨ଟି ଯୋଗାସନ କରି ନିଜକୁ ଫିଟ୍ ରଖିଛନ୍ତି ମଲାଇକା। ପ୍ରଥମଟି ହେଉଛି ପଦ୍ମାସନ। ପଦ୍ମାସନ କଲେ ମସ୍ତିଷ୍କ ଶାନ୍ତ ରହେ ବୋଲି କହନ୍ତି ମଲାଇକା।

ଦ୍ଵିତୀୟରେ ସୂର୍ଯ୍ୟନମସ୍କାର କରିବାକୁ ଭଲ ପାଆନ୍ତି ମଲାଇକା। ସୂର୍ଯ୍ୟନମସ୍କାର କରିବା ଦ୍ଵାରା ସାରା ଦିନ ଶରୀର ଫୁର୍ତ୍ତି ରହିଥାଏ ବୋଲି ମଲାଇକା କହିଛନ୍ତି। ନିକଟରେ ମଲାଇକା ସବୁଠାରୁ କଠିନ ଯୋଗାସନ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ।

ଫିଲ୍ମଠାରୁ ଦୂରେଇ ରହିଥିଲେ ମଧ୍ୟ ମଲାଇକା ମଡେଲିଂରେ ବେଶ୍ ସକ୍ରିୟ ଅଛନ୍ତି। ଫଟୋ ସୁଟ୍‌ ହେଉ କିମ୍ବା ରାମ୍ପ୍ ସୋ ସବୁଠି ମଲାଇକାଙ୍କୁ ଦେଖିବାକୁ ମିଳେ। ମଲାଇକାଙ୍କ ଫିଟ୍‌ ଅନ୍ଦାଜ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥାଏ। କରୀନା କପୁରଙ୍କ ପରି ଅଭିନେତ୍ରୀ ନିଜ ଫିଟ୍‍ନେସ ଟିପ୍ସ ମଲାଇକାଙ୍କଠାରୁ ନିଅନ୍ତି।

Comment