ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳାହାଣ୍ଡିର ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ପୋଲିସ ଅଧିନ ଛାନଭିନ ଜାରି ରଖିଥିଲା ବେଳେ ଆଜି ମମିତାଙ୍କ ପରିବାରକୁ ଭେଟିଛନ୍ତି ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା। ମମିତାଙ୍କ ହତ୍ୟାକାରୀକୁ କଠୋରୁ କଠୋର ଦଣ୍ଡ ମିଳିବ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମହିଳା କମିସନ ଅଧ୍ୟକ୍ଷା।

ଶନିବାର ସକାଳେ ମିନତି ବେହେରା ବଲାଙ୍ଗିରର ତୁରେଇକେଲାସ୍ଥିତ ମମିତାଙ୍କଙ୍କ ଘରେ ପହଞ୍ଚିଥିଲେ। ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ସମବେଦନା ଜଣାଇଥିଲେ।

ମମିତାଙ୍କ ପରିବାରକୁ ଭେଟିବା ପରେ ମିନତି ମହାଲିଙ୍ଗ ଗସ୍ତ କରିଛନ୍ତି। ସେଠାରେ ସେ ମମିତାଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଯିବେ ବୋଲି ଜଣାପଡ଼ିଛି। ଏହାପରେ ସେ ମହାଲିଙ୍ଗ ଯାଇ ପିଲାମାନଙ୍କ ସହ ଆଲୋଚନା କରିବେ।

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନ୍‌ସାଇନ ପବ୍ଲିକ୍ ସ୍କୁଲରେ ମମିତା ମେହେର ଅଧ୍ୟକ୍ଷା ପଦରେ ଥିଲେ। ଗତ ୮ ତାରିଖରେ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ମମିତାଙ୍କୁ ମିଟିଂ ପାଇଁ ସ୍କୁଲକୁ ଡାକିଥିଲେ। ତା’ ପରେ ମମିତା ଆଉ ଘରକୁ ଫେରିନଥିଲେ।। ପରେ ତାଙ୍କ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।

Comment